www.samajalive.in
Monday, December 15, 2025
16.1 C
Bhubaneswar

ଖାରିଗୁମାବାସୀଙ୍କ ସମସ୍ୟାର ସମାଧାନ ପାଇଁ ଗ୍ରାମରେ ପହଞ୍ଚିଲେ ବିଡିଓ ଓ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ବଡ଼ସିନ୍ଧୁବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାରିଗୁମା ଗ୍ରାମର ୪ଟି  ସାହିର ଲୋକଙ୍କ ମୌଳିକ ସୁବିଧା ପ୍ରଶାସନ ଶୁଣିଲାନି ।  ସରପଞ୍ଚ , ବିଧାୟକ, ସାଂସଦ , ଜିଲ୍ଲାପାଳ, ଜିଲ୍ଲା ପରିଷଦ ସଭ୍ୟ ନେତା, ମନ୍ତ୍ରୀ କେହି ମଧ୍ୟ ଗାଁକୁ ରାସ୍ତା ଖଣ୍ଡେ ବି ବିଶୁଦ୍ଧ ପାଣି ମୁନ୍ଦାଏ ଦେଇ ପାରିଲେନି । ଗ୍ରାମରେ ସବୁ ଉନ୍ନତିକରଣର କାମ ମଧ୍ୟ  ଠିକାଦାର  ଅଧା ପନ୍ତରିଆ କାମ କରି ବିଲ୍  ପାଇଗଲେଣି ହେଲେ ଗ୍ରାମର ଲୋକେ ପାଣି ପାଇଁ ଡହଳ ବିକଳ । ଯାହାକୁ ନେଇ ଖବର ପ୍ରକାଶନ ପରେ ମଧ୍ୟ ସରକାରୀ ବିଭାଗ କୌଣସି ସମସ୍ୟାର ସମାଧାନର କଲେ ନାହିଁ । ଯାହାଫଳରେ  ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ସୁନିଶ୍ଚିତ ବୋଲି ଗ୍ରାମବାସୀ କହିଥିଲେ। । ଏହା ସହ ନଭେମ୍ବର ୩ରେ ମୋହନା ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ୪ ସାହିର ବାସିନ୍ଦା ଗତ ରବିବାର ଦିନ ପ୍ରସ୍ତୁତି ବୈଠକ ମଧ୍ୟ କରିଥିଲେ।
ଏହି ଖବର ‘ସମାଜ’ରେ ପ୍ରକାଶନ ପରେ ପ୍ରଶାସନିକ ଅଧିକାରୀ ବିଡିଓ ସାର୍ଥକ ସୌରଭ ମହାପାତ୍ର, ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ଖଣ୍ଡାଇ, ଅରୁଣ କୁମାର ଯେନା ଖାରିଗୁମା ଗ୍ରାମରେ ପହଞ୍ଚି  ପାନୀୟ ଜଳର ସମସ୍ୟା ଓ ଶୋଚନୀୟ ରାସ୍ତା ଅନୁଧ୍ୟାନ କରି ଫେରିଛନ୍ତି । ଗ୍ରାମବାସୀଙ୍କୁ ବିଡିଓ  ଆଶ୍ୱାସନା ଦେଇ କହିଛନ୍ତି କିଛିଦିନ ମଧ୍ୟରେ ଗ୍ରାମ ସାହିରେ ୩ଟି ନଳକୂୂପ ଖନନ କରାଯିବ ଓ ଜିଲ୍ଲା ପରିଷଦ ପାଣ୍ଠିରୁ ଯଥାଶୀଘ୍ର ୨ କିମି ଖରାପ ରାସ୍ତାର ପୁନଃ ନିର୍ମାଣ କରାଯିବ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories