www.samajalive.in
Saturday, December 6, 2025
16.1 C
Bhubaneswar

ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା; ମୟଙ୍କଙ୍କ ବଦଳରେ ରୋହିତ ସାମିଲ, ପଦାର୍ପଣ କରିବେ ସାଇନି

ସିଡ୍‌ନୀରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଦ୍ରୁତ ବୋଲର ନବଦୀପ ସାଇନିଙ୍କୁ ସାମିଲ କରାଯାଇଛି। ସେ ଟେଷ୍ଟରେ ତାଙ୍କର ପଦାର୍ପଣ ମ୍ୟାଚ୍‌ ଖେଳିବେ। ସେହିପରି ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଉପ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ସାମିଲ କରାଯାଇଛି। ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

ବର୍ଡର-ଗାଭାସ୍କର ଟ୍ରଫିର ୩ୟ ଟେଷ୍ଟ ମ୍ୟାଚ ୭ ତାରିଖରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ୪ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଉଭୟ ଦଳ ୧-୧ରେ ବିଜୟ ହାସଲ କରି ସମାନ ସ୍ଥିତିରେ ରହିଛନ୍ତି। ୩ୟ ଟେଷ୍ଟ ପାଇଁ ଭାରତୀୟ ଦଳକୁ ଉପ ଅଧିନାୟକ ରୋହିତ ଶର୍ମା ଫେରିଛନ୍ତି। ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ରୋହିତ ଖେଳିବେ। ସେହିପରି ଉମେଶ ଯାଦବ ଆହତ ଥିବାରୁ ତାଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ନିଆଯାଇଛି।

- Advertisement -

ଚୂଡ଼ାନ୍ତ ଏକାଦଶ: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶୁଭମନ ଗିଲ୍‌, ଚେତେଶ୍ଵର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍‌ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ଵିନ, ଜସ୍‌ପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ ଏବଂ ନବଦୀପ ସାଇନି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories