www.samajalive.in
Saturday, December 6, 2025
15.1 C
Bhubaneswar

କୃଷକ ଆନ୍ଦୋଳନ: ୧୧ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ରଦ୍ଦ କରିବା ପାଇଁ ଆବେଦନ କରି ସୁପ୍ରିମକୋର୍ଟରେ ଆଗତ ପିଟିଶନର ଶୁଣାଣିକୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଜଣେ ଆଇନଜୀବୀଙ୍କ ଦ୍ବାରା ରୁଜୁ ହୋଇଥିବା ଏହି ପିଟିଶନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ, ଆମେ କୃଷକମାନଙ୍କ ସ୍ଥିତି ବୁଝୁଛୁ। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖରେ କରାଯିବ ବୋଲି କୋର୍ଟ କହିଥିଲେ।

ଶୁଣାଣି ବେଳେ ପ୍ରଧାନ ବିଚାରପତି ଏସ.ଏ. ବୋବଡେ କହିଥିଲେ, ଆମକୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ଏହା ଉପରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ସରକାର କୃଷକ ପ୍ରତିନିଧିଙ୍କ ସହିତ ଆଲୋଚନା କରୁଚନ୍ତି। ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ କହିଥିଲେ, ଆମର ଆଶା ରହିଛି ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ହୋଇଯିବ। ଏହା ପରେ ପ୍ରଧାନ ବିଚାରପତି କହିଥିଲେ, ଆମେ ଏହା ଜାଣିଛୁ ଏବଂ ଚାହୁଁଛୁ ଯେ କଥାବାର୍ତ୍ତା ଆଗକୁ ବଢ଼ୁ।

- Advertisement -

ସଲିସିଟର ଜେନେରାଲ ଆହୁରି କହିଥିଲେ ଯେ, କୋର୍ଟରେ ଏହି ମାମଲାର ଶୁଣାଣି ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଏବେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି। ଏହା ଉପରେ ପ୍ରଧାନ ବିଚାରପତି କହିଥିଲେ ଯେ, ଆମେ ସୋମବାର ଏହି ମାମଲା ଉପରେ ଶୁଣାଣି କରିବା। ଯଦି କଥାବାର୍ତ୍ତା ସକାରାତ୍ମକ ଥିବ ତେବେ ଶୁଣାଣିକୁ ସ୍ଥଗିତ ରଖିବା।

ସୂଚନାଯୋଗ୍ୟ, କୃଷି ଆଇନକୁ ନେଇ ସରକାର ଏବଂ କୃଷକମାନେ ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି। ସରକାର ଯେପର୍ଯ୍ୟନ୍ତ କୃଷି ଆଇନକୁ ପ୍ରତ୍ୟାହାର କରିନାହାନ୍ତି ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥା ବଜାୟ ରହିବା ଲାଗି ସୁନିଶ୍ଚିତ କରିନାହାନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories