www.samajalive.in
Saturday, December 6, 2025
14.1 C
Bhubaneswar

ଉଠାଦୋକାନୀ ମହିଳା ମୁଖିଆଙ୍କୁ ଦୁର୍ବ୍ୟବହାର; ମହିଳା ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା

ଭୁବନେଶ୍ବର : ଉଠାଦୋକାନୀ ମହିଳା ମୁଖିଆଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ମଙ୍ଗଳବାର ଏ ନେଇ ପୀଡିତା ଜଣକ ମହିଳା ଥାନାର ଦ୍ଵାରସ୍ଥ ହୋଇଛନ୍ତି।  ଅଭିଯୋଗକୁ ଆଧାର କରି ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।  ଅଭିଯୋଗ ଅନୁସାରେ, ବିପିନ ଜେନା, ଅନୁଜ ପ୍ରଧାନ ଓ ପ୍ରଦୀପ ସାହୁ ୩ ଜଣ ବ୍ୟକ୍ତି ନିଜକୁ ଉଠାଦୋକାନୀଙ୍କ ମୁଖିଆ ବୋଲି କହୁଛନ୍ତି। ଏପରିକି ଏମାନେ ବିଭିନ୍ନ ସମୟରେ ମହିଳା ଉଠାଦୋକାନୀ ମୁଖିଆଙ୍କୁ ଦୁର୍ବ୍ୟବହାର କରିଥାନ୍ତି। ଏନେଇ ମହିଳା ମୁଖିଆମାନେ ମହାସଂଘ ସଭାପତି ପ୍ରତାପ କୁମାର ସାହୁଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଶ୍ରୀ ସାହୁ ସେମାନଙ୍କୁ ଆଲୋଚନା ପାଇଁ ବାରମ୍ବାର ଡାକିଥିଲେ ମଧ୍ୟ ଆସିନଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ଦୁଇଟି ହ୍ୱାଟ୍ସଆପ୍ ଗ୍ରୁପକୁ ସେମାନେ ବନ୍ଦ କରିଦେବା ଫଳରେ ଆଉ କୌଣସି ସୂଚନା ଦିଆଯାଇପାରିନଥିଲା। ଏହାକୁ ନେଇ ମହିଳା ମୁଖିଆମାନେ ସମାଜସେବୀ ସସ୍ମିତା ଦାଶଙ୍କ ନେତୃତ୍ୱରେ ସସ୍ମିତା ସାହୁ, ଶୁଭଲକ୍ଷ୍ମୀ ମହାନ୍ତି, ସ୍ୱର୍ଣ୍ଣମୟୀ ରାଉତ, ମଞ୍ଜୁଳା ନାୟକ ପ୍ରମୁଖ ମହିଳା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories