ରାଜଧାନୀରେ ଚାଞ୍ଚଲ୍ୟ ;୨ ଜଣ ପ୍ରେମିକାଙ୍କ ପାଇଁ ଆନାସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ..

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜଣେ ସ୍ୱାମୀ ୨ ଜଣ ପ୍ରେମିକାଙ୍କ ପାଇଁ ଆନାସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା କରିଛି। ବୁଧବାର ଏହି ଖବର ସାମ୍ନାକୁ ଆସିଛି । ୨ ପ୍ରେମିକା ସହ ହତ୍ୟାକାରୀ ସ୍ୱାମୀଙ୍କୁ ଗିରଫ କରିଛି ଭରତପୁର ପୁଲିସ ।
ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଗତ ୨୮ ତାରିଖରେ ଏହି ଘଟଣା ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମର ଓ ତାଙ୍କର ୨ ବାନ୍ଧବୀଙ୍କୁ ଗିରଫ କରାଯାଇ ପୁଲିସ ତଦନ୍ତ ଜାରି ରଖିଛି । ତାଙ୍କ ପତ୍ନୀ ଶୁଭଶ୍ରୀ ନାଏକ ଆତ୍ମହତ୍ୟା କରିଛନ୍ତି ବୋଲି ସେ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୁଲିସର ସନ୍ଦେହ ହେବା ପରେ ତଦନ୍ତ କରାଯିବା ପରେ ମହିଳାଙ୍କୁ ଯୋଜନା କରି ହତ୍ୟା କରାଯାଇଥିବା ଜଣାପଡିଥିଲା । ମହିଳାଙ୍କ ସ୍ୱାମୀ ଏକ ଫାର୍ମା କମ୍ପାନୀରେ କାମ କରୁଥିବା ବେଳେ ୨ ଜଣ ବାନ୍ଧବୀ ନର୍ସିିଂ ତାଲିମ ନେଉଥିଲେ । ଉକ୍ତ ବ୍ୟକ୍ତି ଜଣକ ୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଘଟଣାର ତଦନ୍ତ ଜାରି ରଖଛି ପୁଲିସ ।

ଦେଖନ୍ତୁ ଛାତିଥରା ଭିଡିଓ; ଘର ବାହାରେ ବସି ଝୋଟି ପକାଉଥିଲେ ବାଳିକା, ମାଡିଗଲା ଦ୍ରୁତ ଗତି କାର୍‌..

Comments are closed.