ଭୁବନେଶ୍ୱର : ଆଉ ନାହାଁନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗର ଲୋକପ୍ରିୟ ଡାକ୍ତର ବସନ୍ତ କିଶୋର ଜେନା। ୩୦.୦୮.୨୫ ରିଖ ପ୍ରାତଃ ୬ଟା ୩୦ ମିନିଟ ସମୟରେ ଡ଼ଃ ବାସନ୍ତ କିଶୋର ଜେନାଙ୍କ ଜୟଦେବ ବିହାର ସ୍ଥିତ ବାସଭବନରେ ପରଲୋକ ଘଟିଛି। ସ୍ବର୍ଗତ ଜେନା ଜଣେ ରୋଗୀବତ୍ସଳ, ସମାଜସେବୀ ତଥା ପରୋପକାରୀ ମଣିଷ ଭାବେ ଜଣାଶୁଣାଥିଲେ। ସ୍ବର୍ଗତଃ ଜେନା ୧୯୫୭ ମସିହା ଜାନୁଆରୀ ୧୪ ତାରିଖରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ସ୍ବର୍ଗତଃ ଶିବପ୍ରସାଦ ଜେନା ଓ ମାତାଙ୍କ ନାମ ସ୍ବର୍ଗତଃ ସତ୍ୟଭାମା ଜେନା। କଟକ ସ୍ଥିତ ଶିଶୁରୋଗ ବିଶେଷଜ୍ଞ ସ୍ବର୍ଗତଃ ଗୋବିନ୍ଦ ସେନାପତି ଓ ସ୍ତ୍ରୀ ଓ ପ୍ରସୂତି ବିଭାଗ ପ୍ରଫେସର ସ୍ନେହାଞ୍ଜଳି ସେନାପତିଙ୍କ ଜାମାତା ଥିଲେ।
ବିଭିନ୍ନ ଜନଉପକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ରୋଗୀସେବା କରିବା ତାଙ୍କ ଡାକ୍ତରୀ ବୃତ୍ତିର ଅନ୍ୟ ଏକ ପ୍ରାଥମିକତା ଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ଡ଼ଃ ସଂଘମିତ୍ରା ଜେନା, ପୁତ୍ର ସୋହମ ସ୍ୱସ୍ତିକ ଜେନା, କନ୍ୟା ଡ଼ଃ ସ୍ବୀକୃତି ଜେନା, ଜାମାତା ଡ଼ଃ ସବ୍ୟସାଚୀ ରାଉତ, ନାତୁଣୀ ସାଇସାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।



