www.samajalive.in
Sunday, December 14, 2025
26.1 C
Bhubaneswar

ଧସିଲା ନାଗାବଳୀ ନଦୀର ନିର୍ମାଣାଧୀନ ପଥର ପ୍ୟାକିଙ୍ଗ୍‌

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଦୁଇଟି ନଦୀ ନାଗାବଳୀ ଓ କଲ୍ୟାଣୀ ନଦୀରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପଥର ପ୍ୟାକିଂ ଧସି ଯାଇଥିବା ଦେଖିବାକୁ ମିଳିଛି। ନାଗାବଳୀ ଓ କଲ୍ୟାଣୀ ନଦୀରେ ତଟରେ ଥିବା ଗ୍ରାମଗୁଡିକର ମାଟି ଗୁଡିକ ଧସି ଗ୍ରାମ ଓ ସାହି ଗୁଡିକ ଲୀନ ହୋଇଯିବ ବୋଲି ବାରମ୍ବାର ଖବର କାଗଜରେ ଖବର ପ୍ରକାଶ ପାଇଥିଲା। ଏହାର ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପଥର ପ୍ୟାକିଂ କାର୍ଯ୍ୟ କରାଯାଇଛି। ଏହାକୁ ୪ଟି ସ୍ଥାନରେ ପଥର ପ୍ୟାକିଙ୍ଗ କାର୍ଯ୍ୟ ଠିକାଦାରମାନେ କରିଛନ୍ତି କିନ୍ତୁ ଗୋଟିଏ ସୂଚନା ଫଳକ ଲଗାଇ ୪ଟି ସ୍ଥାନର ନିମ୍ନ ମାନର ପଥର ପ୍ୟାକିଙ୍ଗ କାମ କରି ସାରି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଅଞ୍ଚଳରେ ବୃହତ ବର୍ଷା ନ ହେଉଣୁ ବା ସାମାନ୍ୟ ବର୍ଷାରେ ନାଗାବଳୀରେ କରାଯାଇଥିବା ପଥର ପ୍ୟାକିଙ୍ଗ ଧସି ଯାଇଛି।

ସିଂହ ରାଶିରେ ତ୍ରିଗ୍ରହୀ ପୁଣି ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କୁ ଧନ ଠାରୁ ଆରମ୍ଭ କରି ପ୍ରେମରେ ମିଳିବ ସଫଳତା..

- Advertisement -

ତାହା ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏହି ଭଳି ଘଟିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଳସମ୍ପଦ ବିଭାଗର କାର୍ଯ୍ୟର ସୂଚନା ଫଳକ, କେଉଁ ପ୍ରକାରର ସାମଗ୍ରୀ ବ୍ୟବହାର କରାଯାଉଛି, କେଉଁ ଭଳି କାର୍ଯ୍ୟର ତାହାର ତଦାରଖ କରାଯାଉନି। ଏଣେ ନଦୀ ତଟବତୀ ସାହିର ସୁରକ୍ଷା କିଭଳି ହେବ ତାହା ପ୍ରଶ୍ନବାଚି ସୃଷ୍ଟି ହେଉଛି। ମାଟି ଖୋଳି ଉତ୍ତମ ମାନର ପଥର ପକାଇ ତାର ଦେବା କଥା କିନ୍ତୁ ମାତ୍ର ସେପରି ହୋଇନାହିଁ। କଲ୍ୟାଣସିଂହପୁର ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଛ ପାର୍ଶ୍ୱରେ ସଠିକ ପଥର ପ୍ୟାକିଙ୍ଗ ନ କରି ମନଇଚ୍ଛା ପଥର ଗୁଡିକ ଫିଙ୍ଗି ଦେଇଛନ୍ତି। ଯାହା ଫଳରେ ଲୋକମାନେ ନଦୀକୁ ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ରାଜଧାନୀରେ ବ୍ୟାପୁଛି ବାର୍ଡ ଫ୍ଲୁ; ଆଜି ଠାରୁ ଚିଡିଆଖାନା ବନ୍ଦ, ଜାଣନ୍ତୁ ମଣିଷ ପାଇଁ କେତେ କ୍ଷତିକାରକ

ପୁରୁଣା ବସଷ୍ଟାଣ୍ଡ ଠାରୁ କଣ୍ଡାସାହି ପର୍ଯ୍ୟନ୍ତ ନାଗାବଳୀ ନଦୀରେ ପଥର ପ୍ୟାକିଙ୍ଗ କରାଯାଇଛି। ଏହା ନିମ୍ନମାନର ହୋଇଥିବାରୁ କେତେବେଳେ ଏହି ସାହି ନଦୀ ଗର୍ଭରେ ଲୀନ ହୋଇଯିବ। ଏହାପୂର୍ବରୁ ସତର୍କତା ଅବଲମ୍ବନ କରିବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଳ ସମ୍ପଦ ବିଭାଗ ଉକ୍ତ କାର୍ଯ୍ୟ ଉପରେ ଦୃଷ୍ଟି ଦେଇ ପୁନର୍ବାର ଉକ୍ତ କାର୍ଯ୍ୟ ସଠିକ ଭାବରେ କରିବା ପାଇଁ ଦାବୀ କରିଛନ୍ତି। ସେହିପରି ବାକିଟି ବା ସାନବ୍ରାହ୍ମଣ ସାହି ପର୍ଯ୍ୟନ୍ତ କରାଯାଇଥିବା ପଥର ପ୍ୟାକିଙ୍ଗ ମଧ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି।

ଆଧାରକୁ ନେଇ ଆସିଲା ବଡ ଅପଡେଟ୍‌, ଜାଣନ୍ତୁ କ’ଣ କ’ଣ ବଦଳିବ..

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories