www.samajalive.in
Saturday, December 6, 2025
23.1 C
Bhubaneswar

ସିଂହ ରାଶିରେ ତ୍ରିଗ୍ରହୀ ପୁଣି ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କୁ ଧନ ଠାରୁ ଆରମ୍ଭ କରି ପ୍ରେମରେ ମିଳିବ ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଗୁଡିକ ପରସ୍ପର ସହ ଏକାଠି ହେବା ଦ୍ୱାରା ଏହାର ବିଶେଷ ମହତ୍ତ୍ୱ ରହିଛି । ୩୦ ଅଗଷ୍ଟ ୨୦୨୫ରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏକାଠି ହୋଇ ବୁଦ୍ଧାଦିତ୍ୟ ରାଜଯୋଗ ଯୋଗ ସୃଷ୍ଟି ହେଉଛି । ଏହାସହ ସିଂହ ରାଶିରେ ପୂର୍ବରୁ ହିଁ କେତୁ ଗ୍ରହ ରହିବା ଫଳରେ ବୁଧ, ସୂର୍ଯ୍ୟ ଓ କେତୁ ଏକାଠି ହୋଇ ତ୍ରିଗ୍ରହୀ ଯୋଗ ମଧ୍ୟ ହେଉଛି । ଏହି ସଂଯୋଗ ଫଳରେ କେବଳ ବ୍ୟକ୍ତିତ୍ୱ ଓ ବୁଦ୍ଧି ନୁହେଁ ବରଂ ବଡ ଯୋଜନା ସଫଳ ହେବା ସହ ଧନ, ପ୍ରତିଷ୍ଠା ମଧ୍ୟ ବୃଦ୍ଧି ହୋଇଥାଏ । ଏହି ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ ପରିବର୍ତ୍ତନ ହେବ । ଜାଣନ୍ତୁ..

ମେଷ- ଏହି ରାଶିଙ୍କ ଜୀବନରେ ବଡ ପରିବର୍ତ୍ତନ ହେବ। ଛାତ୍ରଛାତ୍ରୀଙ୍କୁ ଶୁଭଫଳ ମିଳିବ । ପରିଶ୍ରମର ଫଳ ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ହଠାତ୍‌ ଧନ ସମ୍ପତ୍ତି ବୃଦ୍ଧି ହେବ ।

- Advertisement -

ମିଥୁନ- ଚେଷ୍ଟା କରିଥିବା କାର୍ଯ୍ୟ ସଫଳ ହେବ । କର୍ମକ୍ଷେତ୍ରରେ ନୂଆ ନୂଆ ଯୋଜନା କରିବେ । ଯେଉଁମାନେ ଚାକିରି ପାଇଁ ଇଚ୍ଛୁକ ସେମାନଙ୍କର ଚାକିରି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ପୂରଣ ହେବ । ଚିନ୍ତା ଦୂର ହେବ ।

ସିଂହ- ଏହି ରାଶିଙ୍କୁ ଭାଗ୍ୟର ସାଥ୍‌ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି, ମାନ-ସମ୍ମାନ ବୃଦ୍ଧି ସହ ଅନେକ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ହସଖୁସିରେ ସମୟ ବିତିବ ।

କନ୍ୟା- କର୍ମକ୍ଷେତ୍ର ଓ ଶିକ୍ଷାରେ ଉନ୍ନତି ହେବ । ସଠିକ୍‌ ନିଷ୍ପତ୍ତି ନେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ପରିଶ୍ରମର ଫଳ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ ।

ତୁଳା- ଭାଗ୍ୟର ସାଥ୍‌ ମିଳିବ । ହଠାତ୍‌ ଧନ ମିଳିବା ସହ ବିଦେଶ ଯିବାର ସୁଯୋଗ ମିଳିବ । ଟଙ୍କା ରୋଜଗାରର ନୂଆ ନୂଆ ସୁଯୋଗ ମିଳିବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

ବିଛା- ହଠାତ୍‌ ଧନ ମିଳିବ । କର୍ମକ୍ଷେତ୍ରରେ ବଡ ସୁଯୋଗ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ମାନ-ସମ୍ମାନ ବୃଦ୍ଧି ହେବ । ଅନେକ କ୍ଷେତ୍ରରେ ସଫଳତା ସହ ଲାଭ ମିଳିବ । ଭ୍ରମଣର ଯୋଗ ରହିଛି ।

ଧନୁ- ଏହି ରାଶିଙ୍କୁ ସକରାତ୍ମକ ଫଳ ମିଳିବ । ଅନେକ ସମସ୍ୟା ସହ ଚିନ୍ତା ଦୂର ହେବ । ନୂଆ ନୂଆ ଦାୟିତ୍ୱ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ନୂଆ ଯୋଜନା କରିବେ ।

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories