ଭୁବନେଶ୍ୱର : ଉତ୍ତରକାଶୀ ଟନେଲରେ ୧୭ ଦିନ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଥିଲେ ୫ ଓଡିଆ ଶ୍ରମିକ। ସେମାନେ ବାହାରକୁ ଆସିବା ପରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭିଡିଓ କଲ୍ରେ ସେମାନଙ୍କ ସହ କଥା ହୋଇଛନ୍ତି। ସେମାନଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିଛନ୍ତି।
ଶ୍ରୀ ପାଣ୍ଡିଆନ ଶ୍ରମିକଙ୍କୁ କହିଛନ୍ତି, ଆପଣମାନେ ଭଲ ଅଛନ୍ତି। ଆପଣମାନଙ୍କୁ ଭେଟି ଖୁବ୍ ଖୁସି ଲାଗୁଛି। ଚିକିତ୍ସା ପାଇଁ ସମସ୍ତ ସୁବିଧା ମିଳୁଛି କି ନାହିଁ, ଘରକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଯାହା ସହଯୋଗ ଦରକାର କରିବେ, ଆପଣ ମାନଙ୍କୁ ଦେଖି ବହୁତ ଖୁସି ଲାଗୁଛି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି।



