ନନ୍ଦନକାନନରେ ନୂଆ ଅତିଥି ; ମାଆ ହେଲା ବିଜଲୀ
ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ମାଆ ହେଲା ସିଂହୀ ବିଜଲୀ। ଚତୁର୍ଥ ଥର ପାଇଁ ବିଜଲୀ ମାଆ ହୋଇଥିବା ବେଳେ ୫ଟି ଶାବକ ଜନ୍ମ ଦେଇଛି । ବର୍ତ୍ତମାନ ତା’କୁ ୯ ବର୍ଷ ବୟସ ହୋଇଛି। ଇନ୍ଦୋର ଚିଡିଆଖାନାରୁ ସିଂହୀ ବିଜଲୀ ଆସିଥିଲା । ବିଜଲୀ ଶାବକଙ୍କ ଯତ୍ନ ନେଉଥିବା ସହ ଖୁଆଡକୁ ସିସିଟିଭି ନଜରରେ ରଖାଯାଇଛି। ୨୦୨୦ ମସିହାରେ ବିଜଲୀ ଇନ୍ଦୋର ଚିଡିଆଖାନାରୁ ନନ୍ଦନକାନନକୁ ଆସିଥିଲା।
Comments are closed.