ସମାଜ ଡିଜିଟାଲ ଡେସ୍କ: ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତବ୍ୟ ଏବଂ କାର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରାହୁଲ। ରାହୁଲଙ୍କୁ ଯେଉଁ ରୂପରେ ଏବେ ଦେଖିବାକୁ ମିଳୁଛି, ହୁଏତ ଅନେକେ ତାହା ଦେଖି ନ ଥିବେ। ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ଅବସରରେ କଂଗ୍ରେସ ରାହୁଲଙ୍କର ଏକ ଭିଡିଓକୁ ଶେୟାର କରିବା ପରେ ତାହା ଲୋକଲୋଚନକୁ ଆସିଛି। ଭିଡିଓଟିରେ ରାହୁଲ ଜାପାନିଜ ମାର୍ଶଲ ଆର୍ଟ ‘ଜୀଉ-ଜୀତ୍ସୁ’ ଅଭ୍ୟାସ କରିବାର ଦୃଶ୍ୟ ରହିଛି। ଯେଉଁଥିରେ ସେ ମାର୍ଶଲ ଆର୍ଟ ପ୍ରଦର୍ଶନ କରୁଛନ୍ତି। ଭିଡିଓଟି କିନ୍ତୁ ପୁରୁଣା। କଂଗ୍ରେସର ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ସମୟରେ ରାହୁଲ ବିଭିନ୍ନ ସ୍ଥାନରେ ଅଟକିବା ସମୟରେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ମିଶିଥିଲେ। ସେ ସମୟରେ ସେ ଏକ କ୍ୟାମ୍ପରେ ମାର୍ଶଲ ଆର୍ଟ ଅଭ୍ୟାସ କରିଥିଲେ, ଯାହାର ଭିଡିଓକୁ କଂଗ୍ରେସ ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଶେୟାର କରିଛି। ଅଭ୍ୟାସ ସମୟରେ ରାହୁଲ ମାର୍ଶଲ ଆର୍ଟର ଅନେକ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥିଲେ, ଯାହାକୁ ଦେଖିଲେ ସେ କେତେ ଫିଟ୍ ଅଛନ୍ତି ତାହା ସହଜରେ ଅନୁମାନ କରିହେବ।
Discover the ‘Gentle Art’ with Shri @RahulGandhi!
On #NationalSportsDay, he shares his experiences to inspire you to take up sports & transform your life!pic.twitter.com/DJhbKjPN3N
— Congress (@INCIndia) August 29, 2024



