ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି ଉପରେ ରୋକ୍
ଭୁବନେଶ୍ୱର : ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ବିକ୍ରି ଓ ହସ୍ତାନ୍ତର ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି ଉପରେ ଲଗାଯାଇଛି ରୋକ୍। ରୋକ୍ ଲାଗିବା ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ପକ୍ଷରୁ ସୂଚନା ମିଳିଛି। ଜମି ହସ୍ତାନ୍ତର ନେଇ ନଭେମ୍ବର ୧୪ରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିଲା। କ୍ୟାବିନେଟ୍ର ଏହି ନିଷ୍ପତ୍ତିକୁ ଅନେକ ଆଦିବାସୀ ନେତା ଓ ବିରୋଧୀ ଦଳ ବିରୋଧ କରିଥିଲେ। ଏଣୁ ବାଧ୍ୟ ହୋଇ ଏହି ନିଷ୍ପତ୍ତି ଉପରେ ସରକାର ରୋକ୍ ଲଗାଇଛନ୍ତି।
The proposed Amendment to
Regulation-2 of 1956 discussed in
the Cabinet meeting held on 14th
November 2023, regarding transfer of Tribal lands has been withhold.— SUDAM MARNDI (@MarndiSudam) November 16, 2023
Comments are closed.