www.samajalive.in
Friday, December 5, 2025
17.1 C
Bhubaneswar

ଡିଭାଇଡରକୁ ପିଟିଲା କାର୍: ଦୁଇ ଗୁରୁତର

ଭୁବନେଶ୍ଵର: ରାଜଧାନୀ ରାଜରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭୁବନେଶ୍ଵର ଡମଣା ଛକରେ ଏକ କାର ଟ୍ରାଫିକ ନିୟମ ଅମାନ୍ୟ କରି ଦୁର୍ଘଟଣା ଘଟାଇଛି। ଟ୍ରାଫିକ୍ ପୁଲିସ୍ ପୋଷ୍ଟକୁ ଧକ୍କା ଦେଇ ରାସ୍ତାକଡରେ ଥିବା ଡିଭାଇଡରରେ ପିଟି ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ କାରଟି ପଟିଆ ପଟୁ ଏକ ସ୍କୁଟିରେ ଆସୁଥିବା ଦମ୍ପତିଙ୍କୁ ଧକ୍କା ଦେଇଛି। ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ତେବେ କାର୍ ଡ୍ରାଇଭର ଜଣକ ମଦ୍ୟପାନ କରି ବେପରୁଆ ଭାବେ ଗାଡି ଚଳାଉଥିବାରୁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories