www.samajalive.in
Saturday, December 6, 2025
15.1 C
Bhubaneswar

କାର-ବାଇକ ମୁହାଁ ମୁହିଁ ଧକ୍କା: ପୁଅ ମୃତ, ମା ଗୁରୁତର

ଅମର୍ଦ୍ଦାରୋଡ଼: ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ କାର ଓ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି।ମୃତକ ଜଣକ ହେଲେ ଜଳେଶ୍ବର ଥାନା ଗୁରୁଦାସପୁର ଅଞ୍ଚଳର ଚକ୍ରଧର ମହାନ୍ତିଙ୍କ ପୁଅ ସୁଶାନ୍ତ(୩୬)।

ଘଟଣା ଅନୁସାରେ ଶନିବାର ପୂର୍ବାହ୍ଣ ୧୧:୪୫ ସମୟରେ ସୁଶାନ୍ତ ମା’ଙ୍କୁ ଡ଼ାକ୍ତର ଦେଖାଇ ନିଜ ବାଇକ (ଓଡ଼ି ୦୧ଏଟି ୧୨୫୭) ଯୋଗେ ବାଲେଶ୍ବରରୁ ଘରକୁ ଫେରୁଥିବା ସମୟରେ ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ ଓଡ଼ି ୦୧ଏଜି ୦୧୦୮ ନମ୍ବର ବିଶିଷ୍ଟ ଏକ କାର ସହ ମୁହାଁ ଧକ୍କା ହେବା ଫଳରେ ବାଇକରୁ ଛିଟିକି ପଡ଼ି ସୁଶାନ୍ତ ସଜ୍ଞାହୀନ ହୋଇଥିବା ବେଳେ ମା’ ଗୁରୁତର ଆହତ ହୋଇଥିଲେ।ଜାତୀୟ ରାଜପଥ ପହରା ପୁଲିସ ଓ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ସହଯୋଗରେ ଦୁହିଙ୍କୁ ଉଦ୍ଧାର କରାଯାଇ ବସ୍ତା ହସ୍ପିଟାଲକୁ ପଠାଯାଇଥିଲା।

- Advertisement -

ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ ବସ୍ତା ଥାନା ପୁଲିସ ପହଞ୍ଚି ୨୩୫/୨୪ ମୂଳେ ଏକ ମାମଲା ରୁଜୁ କରି ମୃତ ଦେହ ବ୍ୟବଚ୍ଛେଦ କରାଇଛି।ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା କାରଟି ବସ୍ତା ଥାନା କୁଣ୍ଡେଇ ଗ୍ରାମର ଶନ୍ୟାସୀ ବେହେରାଙ୍କର ବୋଲି ଜଣାପଡ଼ିବା ପରେ ଶ୍ରୀ ବେହେରାଙ୍କ ଘରୁ ଗାଡ଼ି ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories