www.samajalive.in
Saturday, December 13, 2025
26.1 C
Bhubaneswar

ବେକରେ କଟୁରୀ ଲଗାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

ନୀଳଗିରି: ସ୍ୱାମୀ ଘରେ ନଥିବା ସୁଯୋଗରେ ଜଣେ ଯୁବକ ମହିଳାଙ୍କ ବେକରେ କଟୁରୀ ଲଗାଇ ବଳାତ୍କାର କରିବା ଘଟଣା ଅଞ୍ଚଳରେ କ୍ଷୋଭ ସୃଷ୍ଟି କରିଛି । ବାଲେଶ୍ୱର ଜିଲା, ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତରେ ଏଭଳି ଅଭିଯୋଗ ଆସିଛି । ଉକ୍ତ ପଞ୍ଚାୟତରେ ଥିବା ଏକ ଗାଁରେ ଜଣେ ଆଦିବାସୀ ମହିଳା ତା’ କୁନି ପିଲାକୁ ଧରି ରାତିରେ ଘରେ ଶୋଇଥିଲେ । ସ୍ୱାମୀ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ଜାଣି ସେହି ଗାଁର ଆକାଶ ବିନ୍ଧାଣୀ ନାମକ ଯୁବକ ଘରେ ପଶି ମହିଳାଙ୍କୁ ଅସଦାଚରଣ କରିଥିଲେ । ମହିଳା ଜଣକ ଏଥିରେ ପ୍ରତିବାଦ କରିବାରୁ ଅଭିଯୁକ୍ତ ଜଣକ ତାଙ୍କ ବେକରେ କଟୁରୀ ଲଗାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି କଥା କାହାରିକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ ।

ସ୍ୱାମୀ ଘରକୁ ଫେରିବା ପରେ ମହିଳା ଜଣକ କାନ୍ଦି କାନ୍ଦି ସମସ୍ତ ଘଟଣା କହିବା ପରେ ଏନେଇ ଗାଁରେ ବୈଠକ ହୋଇଥିଲା । ହେଲେ ଅଭିଯୁକ୍ତ ଜଣକ ଉକ୍ତ ବୈଠକକୁ ନଆସି ଓଲଟା ଧମକ ଚମକ ଦେଇଥିଲା । ଏନେଇ ପୀଡ଼ିତା ଜଣକ ଆଜି ନୀଳଗିରି ଥାନାରେ ରିପୋର୍ଟ ଦେଇଛନ୍ତି । ସେପଟେ ସମାନ ରାତିରେ ବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କ ସ୍ୱାମୀ କୁଆଡ଼େ ଅଭିଯୁକ୍ତର ସ୍ତ୍ରୀକୁ ଅସଦାଚରଣ କରିଥିବା ନେଇ ମଧ୍ୟ ଏକ ପାଲଟା ଏତଲା ଦାଏର କରାଯାଇଛି । ପୁଲିସ ଉକ୍ତ ଘଟଣାରେ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ସ୍ୱାମୀକୁ ଅଟକ ରଖି ତଦନ୍ତ ଚଳାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories