www.samajalive.in
Sunday, December 14, 2025
17.1 C
Bhubaneswar

ନଭେମ୍ବର ୫ରୁ ୧୪ ପର୍ଯ୍ୟନ୍ତ କୁଆଖାଇ ନଦୀପଠାରେ ହେବ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ

ଭୁବନେଶ୍ୱର: ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ନଭେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟି ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କୁଆଖାଇ ନଦୀପଠାରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବର ବିଭିନ୍ନ ରୂପରେଖ ସଂପର୍କରେ ଆଲୋଚନା କରି ମହାନ୍ତି କହିଲେ ଯେ, ବାଲିଯାତ୍ରା ହେଉଛି ଆମ ଅସ୍ମିତାର ପରିଚୟ । ଏହି ମହୋତ୍ସବକୁ ସଫଳ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ।

- Advertisement -

ଆଲୋଚନାରୁ ଜଣାପଡ଼ିଛି ଯେ, ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଉତ୍ପାଦ ଏଠାରେ ବିକ୍ରୟ କରାଯିବା ନେଇ ବ୍ୟବସ୍ଥା କରାଯିବ। ଏଥି ସହ ରାଜ୍ୟର ଐତିହ୍ୟ, ପରମ୍ପରା ଓ ଅସ୍ମିତାର ସ୍ୱତନ୍ତ୍ର ପ୍ରଦର୍ଶନ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ଆଲୋକୀକରଣ, ସଂଯୋଗୀ ସଡ଼କ ମରାମତି, ପାର୍କିଂ, ପୁଲିସ ମୁତୟନ,ପାନୀୟ ଜଳ ଓ ଶୌଚାଳୟ, ଖାଦ୍ୟ ମାନ ଯାଞ୍ଚ, ଆଶୁ ଚିକିତ୍ସା ବ୍ୟବସ୍ଥା, ସୁରକ୍ଷା ଓ ଟ୍ରାଫିକ୍‌ ଆଦି ସଂପର୍କରେ ଆଲୋଚନା ହୋଇ ସଂପୃକ୍ତ ବିଭାଗମାନଙ୍କୁ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ କୁହାଯାଇଥିଲା।

ଉକ୍ତ ବୈଠକରେ ଯୋଗଦେଇ କମିଟିର ଉପଦେଷ୍ଟା ଶ୍ରୀ ଗୋଲକ ମହାପାତ୍ର ମହୋତ୍ସବ ଆୟୋଜନର ସର୍ବସଫଳତା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଚଳିତବର୍ଷ ଭୁବନେଶ୍ୱର ବାଲିଯାତ୍ରାର ସଫଳ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ଯଶୋବନ୍ତ ଓଝା ମହୋତ୍ସବ ପାଳନର ରୂପରେଖ ସଂପର୍କରେ ଧାରଣା ଦେଇଥିଲେ। ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ, ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀମତୀ କସ୍ତୁରୀବାଳା ଜେନା, ଭୁବନେଶ୍ୱର ବିଡିଓ ଦେବୀ ପ୍ରସାଦ ମହାନ୍ତି, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ କମିଟିର ସଂପାଦକ ସୁବାସ ପାତ୍ର, ଉପଦେଷ୍ଟା ଜୀବନ ବଡ଼ୁ, ଅଭୟ ବଡ଼ଜେନା, ଅନ୍ନପୂର୍ଣ୍ଣା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories