www.samajalive.in
Sunday, December 7, 2025
14.1 C
Bhubaneswar

ଅମୃତସରରୁ ସହରସା ଯାଉଥିବା ଜନସେବା ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଅମୃତସର, ୨୪ା୧୦: ଅମୃତସରରୁ ବିହାର ସହରସା ଯାଉଥିବା ଜନସେବା ଏକ୍ସପ୍ରେସର ଏକ ବଗିରେ ଅଗ୍ନିକାଣ୍ଡ ଘଟିଛି। ସୋନବର୍ଷା କଚେରୀ ଷ୍ଟେସନ ନିକଟରେ ବଗିରେ ନିଆଁ ଲାଗିଯାଇଥିଲା। ରେଳ ପ୍ରଶାସନ ଓ ଷ୍ଟେସନରେ ଥିବା କର୍ମଚାରୀମାନେ ତୁରନ୍ତ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲେ। ସୂଚନା ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗୋଟିଏ ବଗି ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଜନସେବା ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟରେ ସହରସା ଷ୍ଟେସନରେ ପହଞ୍ଚିଛି।ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାରମ୍ଭିକ ଯାଞ୍ଚରେ ଜଣାପଡିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories