ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଦେଇ ଓଡ଼ିଶାକୁ ବେଆଇନ୍ଭାବେ ସୁନା ଆସୁଛି। ପୂର୍ବରୁ ବାରମ୍ବାର ସୁନା ଧରାପଡ଼ିଥିବା ବେଳେ ଗୁରୁବାର ପୁଣି ୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ରିଙ୍ଗ୍ ସୀମା ଶୁଳ୍କ ବିଭାଗ ଜବତ କରଛି। ଜଣେ ଯାତ୍ରୀଙ୍କ ନିକଟରୁ ୨୮୩.୨୪୦ ଗ୍ରାମ ଓଜନର ସୁନା ରିଙ୍ଗ୍ ଜବତ କରାଯାଇଛି।
ଜବତ ସୁନାର ମୂଲ୍ୟ ୯ଲକ୍ଷ ୮୩ହଜାର ୪୦୯ ଟଙ୍କା ହେବ। ଜେଣ ବିଦେଶୀ ବ୍ୟାଙ୍କଙ୍ଗ୍ରୁ ଏୟାର୍ ଏସିଆ ବିମାନରେ କଲକାତା ଯାଉଥିବା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ଧରା ପଡ଼ିଥିଲେ। ଯାତ୍ରୀ ଜଣକ ବ୍ୟାଗ୍ ଭିତରୁ ସୁନାର ରିଙ୍ଗ୍ଗୁଡ଼ିକୁ ରୁପା କୋଟିଂ କରି ସାର୍ଟ ବୋତାମରେ ଲଗାଇ ଆଣୁଥିବା ବେଳେ ଧରା ପଡ଼ିଥିଲେ । ସୀମାଶୁକ୍ଳ ବିଭାଗର ଅଧିକାରୀ ଉକ୍ତ ଯାତ୍ରୀଙ୍କ ଉପରେ ସନ୍ଦେହ କରି ତାଙ୍କ ବ୍ୟାଗ୍କୁ ଯାଞ୍ଚ କରିଥିଲେ । ବ୍ୟାଗ୍ ଭିତରୁ ୯୯.୯ ପ୍ରତିଶତ ଶୁଦ୍ଧ ଥିବା ସୁନା ଜବତ କରାଯାଇଥିଲା।
ସେହିପରି ସୋମବାର ଜଣେ ମହିଳା ଯାତ୍ରୀଙ୍କ ନିକଟରୁ ୩୩ଲକ୍ଷ ୧୬ ହଜାର ୫୭୯ ଟଙ୍କାର ସୁନା ଜବତ କରାଯାଇଥିଲା। ମହିଳା ଜଣକ ଦିଲ୍ଲୀରୁ ଏୟାର୍ ଇଣ୍ଡିଆ ବିମାନରେ ଭୁବନେଶ୍ବରକୁ ଆସିଥିଲେ। ଏହି ମହିଳା ଯାତ୍ରୀ ଏମରଜେନ୍ସି ଲାଇଟ୍ ଭିତରେ ସୁନା ଆଣୁଥିବା ବେଳେ ଧରାପଡ଼ିଥିଲେ। ଖାଲି ସେତିକି ନୁହେଁ ୧ଲକ୍ଷ ୨୨ ହଜାର ଟଙ୍କା ଦାମୀ ସିଗାରେଟ୍ ମଧ୍ୟ ତାଙ୍କ ନିକଟରୁ ଜବତ କରାଯାଇଥିଲା।
ବିମାନ ବନ୍ଦରରୁ ୯ଲକ୍ଷ ଟଙ୍କାର ସୁନା ଜବତ
Popular Categories


