www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ଠାରୁ ଭୁବନେଶ୍ବର-ସୁରତ ବିମାନ ସେବା

ଭୁବନେଶ୍ବର : ଆଜି ଠାରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଭୁବନେଶ୍ବର-ସୁରତ ବିମାନ ସେବା। ଏୟାର ଇଣ୍ଡିଆ ବିମାନ ପ୍ରତି ସୋମବାର ଓ ଗୁରୁବାର ଦିନ ଭୁବନେଶ୍ବରରୁ ଏବଂ ସୁରତରୁ ପ୍ରତି ଶୁକ୍ରବାର ଓ ରବିବାର ଦୁଇ ସହର ମଧ୍ୟରେ ସିଧାସଳଖ ଉଡ଼ାଣ କରିବ। ତେବେ ଏହି ବିମାନ ଭୁବନେଶ୍ବର, ସୁରତ ବ୍ୟତିତ ବେଙ୍ଗାଲୁରୁ ଦେଇ ଯାତ୍ରା କରିବ। ଆସନ୍ତା କାଲି ସକାଳେ ଏହି ବିମାନ ସୁରତରୁ ଯାତ୍ରା ଆରମ୍ଭ କରିବ। ସୁରତରେ ରହୁଥିବା ବହୁ ସଂଖ୍ୟକ ଓଡ଼ିଆ, ଦୁଇ ସହର ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ ପାଇଁ ଦୀର୍ଘ ଦିନର ଦାବି ଆସନ୍ତା କାଲି ପୂରଣ ହେବାକୁ ଯାଉଛି।

ପ୍ରତି ସୋମବାର ଓ ଗୁରୁବାର ଦିନ ଇଣ୍ଡିଆ ବିମାନ ସଂଖ୍ୟା ଏଆଇ ୫୧୯ ଭୁବନେଶ୍ବରରୁ ସକାଳ ୮.୪୦ରେ ଉଡ଼ାଣ ଆରମ୍ଭ କରି ପୂର୍ବାହ୍ନ ୧୦.୪୦ରେ ସୁରତରେ ଅବତରଣ କରିବ। ସେହିପରି ସୁରତ-ଭୁବନେଶ୍ବର ଏୟାର ଇଣ୍ଡିଆ ବିମାନ ପ୍ରତି ଶୁକ୍ରବାର ଓ ରବିବାର ଦିନ ସକାଳ ୮.୩୦ରେ ସୁରତରୁ ଯାତ୍ରା ଆରମ୍ଭ କରି ଭୁବନେଶ୍ବରରେ ପୂର୍ବାହ୍ନ ୧୦.୩୦ ସମୟରେ ପହଞ୍ଚିବ। ଏହି ବିମାନ ବେଙ୍ଗାଲୁରୁଠାରୁ ଭୁବନେଶ୍ବର ଓ ସୁରତକୁ ଯାତ୍ରା କରିବ। ବର୍ତ୍ତମାନ ଭୁବନେଶ୍ବରରୁ ଭାୟା ନୂଆଦିଲ୍ଲୀ ହୋଇ ସୁରତ ଯାଉଥିବା ଏୟାର ଇଣ୍ଡିଆରେ ଟିକଟ ମୂଲ୍ୟ ପ୍ରାୟ ୯ ହଜାର ଟଙ୍କା ଥିବା ବେଳେ ସିଧାସଳଖ ବିମାନରେ ଟିକଟ ମୂଲ୍ୟ ୪ରୁ ୫ ହଜାର ଟଙ୍କା ମଧ୍ୟ​‌େର​‌ ରହିବ। ଭାୟା ନୂଆଦିଲ୍ଲୀ ଦେଇ ଯାତ୍ରା କଲେ ୭ରୁ ୯ ଘଣ୍ଟା ସମୟ ଲାଗୁଛି। ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦାବିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଏକାଧିକ ବାର ପତ୍ର ଲେଖି ଅନୁରୋଧ କରିଥିଲେ। ଭୁବନେଶ୍ବର-ସୁରତ ମଧ୍ୟରେ ବିମାନ ସେବା ଆରମ୍ଭ ପାଇଁ ମନ୍ତ୍ରାଳୟ ପକ୍ଷରୁ ଗତ ଅକ୍ଟୋବର ମାସରେ କୁହାଯାଇଥିଲା। ତେବେ ଜାନୁଆରୀ ୧ ତାରିଖ ବଦଳରେ ୨୦ ତାରିଖରେ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଗତ ଅକ୍ଟୋବର ମାସରେ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ବର-ଅହମଦାବାଦ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories