୫ଟି ପ୍ରକଳ୍ପର ଉଦଘାଟନ , ୨୨ଟି ପ୍ରକଳ୍ପର ଶୁଭ ଦେଲେ ମୁଖ୍ୟମନ୍ତ୍ରୀ ; ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଖାରବେଳ ଭବନଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫ଟି ପ୍ରକଳ୍ପର ଉଦଘାଟନ କରିବା ସହ ୨୨ଟି ପ୍ରକଳ୍ପର ଶୁଭ ଦେଇଛନ୍ତି । ୧୧ ଜିଲାର ବିଭିନ୍ନ ସ୍ଥାନରେ ୧୦ଟି ସେକ୍ଟରରେ ଶିଳ୍ପ ପ୍ରତିଷ୍ଠା କରାଯିବ। ୨୭ଟି ପ୍ରକଳ୍ପରେ ୮ହଜାର ୯୩୯କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ। ଏହାଦ୍ବାରା ୧୨ହଜାର ୧୪୨ଜଣଙ୍କୁ ନିଯୁକ୍ତିର ସଯୋଗ ମିଳିବବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହାସହ ୨୦୨୦ ମସିହା ନଭେମ୍ବର ୩୦ରେ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯଇଛି। ଏହି ତୃତୀୟ ସଂସ୍କରଣ ୨୦୨୦ ମସିହା ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୪ ଯାଏଁ ଚାଲିବ। ଏ ନେଇ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି।
Comments are closed.