www.samajalive.in
Saturday, December 13, 2025
27.1 C
Bhubaneswar

ସରକାର କିଣିବେ ଡାଲି ଜାତୀୟ ଶସ୍ୟ

ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟ ସରକାର ଚାଷୀଙ୍କଠାରୁ ସିଧାସଳଖ ତୈଳବୀଜ ଫସଲ ତଥା ଡାଲିଜାତୀୟ ଶସ୍ୟ ପ୍ରଥମଥର ପାଇଁ କିଣିବାକୁ ପ୍ରସ୍ତୁତ ହେଉଛନ୍ତି। ଜାନୁଆରୀ ପହିଲାରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଜରିଆରେ କିଣିବେ। ଏହି ସମୟରେ ଚାଷୀଙ୍କଠାରୁ ବର୍ଦ୍ଧିତ ଦରରେ ସରକାର ଡାଲି ଜାତୀୟ ଫସଲ କିଣିବେ। ତେବେ ବିଭିନ୍ନ ଡାଲି ଜାତୀୟ ଫସଲ ମଧ୍ୟରେ ମୁଗ କୁଇଣ୍ଟାଲ ପିଛା ସରକାର ୧୪୦୦ଟଙ୍କା ବୃଦ୍ଧି କରିଛନ୍ତି। ଏନେଇ ଗ୍ରାମାଞ୍ଚଳ ଲୋକେ ଯେଭଳି ସଚେତନ ରହିବେ ଏବଂ ଉଚିତ୍ ଦର ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ କୃଷି ବିଭାଗକୁ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି।
ଶନିବାର ସଚିବାଳୟରେ ଅନୁଷ୍ଠିତ ସହାୟକ ମୂଲ୍ୟ ଯୋଜନାର ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ପାଢ଼ୀ କହିଥିଲେ ଯେ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ସରକାର ନେଉଥିବାରୁ ଏ ଦିଗରେ ଯେଭଳି ଗ୍ରାମାଞ୍ଚଳ ଲୋକେ ଅଧିକ ସଚେତନ ହେବେ ଏବଂ ଫାଇଦା ପାଇବେ ସେଥିପ୍ରତି ଦୃଷ୍ଟି ଦିଅ। ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଥିଲେ ଯେ ତୈଳଜାତୀୟ ଫସଲର ବଜାର ଦର ଉତ୍ପାଦନ

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories