www.samajalive.in
Thursday, December 11, 2025
18.1 C
Bhubaneswar

କେନ୍ଦୁପତ୍ରରେ ୫ପ୍ରତିଶତ ଜିଏସ୍‌ଟି ଦାବିକଲା ଓଡ଼ିଶା

ଭୁବନେଶ୍ବର : କେନ୍ଦୁପତ୍ର ଉପରେ ଦ୍ରବ୍ୟ ଓ ସେବା କର ୧୮ ପ୍ରତିଶତରୁ ୫ପ୍ରତିଶତକୁ ହ୍ରାସ କରିବା ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଦାବି କରିଛନ୍ତି। ଶନିବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକରେ ଶ୍ରୀ ବେହେରା କହିଲେ ଯେ କେନ୍ଦୁପତ୍ର ଉପରେ ଜିଏସଟି ୧୮ରୁ ୫ପ୍ରତିଶତକୁ ହ୍ରାସ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନଭେମ୍ବର ୨୯ରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଏକପତ୍ର ଲେଖି ଅନୁରୋଧ କରିଥିଲେ। ଲଘୁ ବନଜାତ ଦ୍ରବ୍ୟ ଭାବରେ ରାଜ୍ୟରେ ଜିଏସଟି ପ୍ରଚଳନ ପୂର୍ବରୁ ମୂଲ୍ୟ ଯୁକ୍ତ କର(ଭାଟ)ରେ ୫ପ୍ରତିଶତ ଆଦାୟ କରାଯାଉଥିଲା। ଅତ୍ୟଧିକ ଟିକସ ଯୋଗୁଁ କେନ୍ଦୁପତ୍ର ବିକ୍ରି ପ୍ରଭାବିତ ହେବା ସହିତ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ବାରା ଇ-ଟେଣ୍ଡରରେ କେନ୍ଦୁପତ୍ର ବିକ୍ରି ହ୍ରାସ ପାଇଛି। ଏହାଦ୍ବାରା କେନ୍ଦୁପତ୍ର ତୋଳାଳି ଏବଂ ଏଥିସହିତ ସମ୍ପୃକ୍ତ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ଓ କଲ୍ୟାଣମୂଳକ ଯୋଜନା ବାଧାପ୍ରାପ୍ତ ହୋଇଛି। କେନ୍ଦୁପତ୍ର ଉପରେ ନିର୍ଭରଶୀଳ ଜନଜାତି ଓ ଶ୍ରମିକମାନଙ୍କର ହିତ ଦୃଷ୍ଟିରୁ କେନ୍ଦୁପତ୍ର ଉପରେ ଜିଏସଟିକୁ ୫ପ୍ରତିଶତକୁ ହ୍ରାସ କରିବା ପାଇଁ ଶ୍ରୀ ବେହେରା ଦାବି ଜଣାଇଥିଲେ। ପୂର୍ବ ନିର୍ଦ୍ଧାରିତ ଜିଏସଟି ବାବଦ କ୍ଷତିପୂରଣ ସୀମା ୨୦୨୨ ଥିବାବେଳେ ରାଜ୍ୟର ରାଜସ୍ବ ହିତ ଦୃଷ୍ଟିରୁ ଏହାର ଅବଧିକୁ ବୃଦ୍ଧି କରିବା ପାଇଁ ମଧ୍ୟ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଦାବି କରିଥିଲେ। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକକୁମାର ମିନା, ବାଣିଜ୍ୟକର ଓ ଜିଏସଟି କମିଶନର ଶାଶ୍ବତ ମିଶ୍ର ଏବଂ ଜିଏସି ସେଲର ଅତିରିକ୍ତ କମିଶନର ସହଦେବ ସାହୁ ପ୍ରମୁଖ ବୈଠକରେ ଯୋଗଦେଇଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories