www.samajalive.in
Tuesday, December 9, 2025
23.1 C
Bhubaneswar

ଯୁବକଙ୍କୁ ଗୁଳିମାଡ଼; ପୂର୍ବତନ ସେନାକର୍ମଚାରୀ ଅଟକ, ବନ୍ଧୁକ ଜବତ

ଭୁବନେଶ୍ୱର : ଭରତପୁରରେ ପୁଣି ଗର୍ଜିଲା ବନ୍ଧୁକ। ସାମାନ୍ୟ କଥାକୁ କେନ୍ଦ୍ରକରି ଜଣେ ସେନାକର୍ମଚାରୀ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଜଣେ ଯୁବକଙ୍କୁ ଗୁରୁତର ଆହତ କରିଛନ୍ତି। ଆହତ ବ୍ୟକ୍ତି ଉକ୍ତ ଅଞ୍ଚଳର କୁଞ୍ଜ ବେହେରା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକକୁ ଉଦ୍ଧାର କରି ଚିକିତ୍ସା ଲାଗି ଏକ ଘରୋଇ ହସ୍ପିିଟାଲରେ ଭର୍ତ୍ତି କରିଛି।

ସୂଚନାଯୋଗ୍ୟ, ଭରତପୁରରେ ଅବସରପ୍ରାପ୍ତ ସେନା କର୍ମଚାରୀ ଅଶ୍ୱିନୀ ରାଉତ ରହନ୍ତି। ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ଅଶ୍ୱିନୀଙ୍କ ସହ କୌଣସି କାରଣରୁ କୁଞ୍ଜ ବେହେରାଙ୍କ ପାଟିତୁଣ୍ଡ ହୋଇଥିଲା।ଏଥିରେ ଅଶ୍ୱିନୀ ଉତ୍‍କ୍ଷିପ୍ତ ହୋଇ ଯାଇ ଘର ଭିତରେ ରଖିଥିବା ବନ୍ଧୁକ ଆଣି କୁଞ୍ଜଙ୍କ ଉପରକୁ ଗୁଳି ଚଳାଇଥିଲେ। କୁଞ୍ଜଙ୍କ ଛାତିରେ ଗୁଳି ବାଜିବାରୁ ସେ ଗୁରୁତର ହୋଇଥିଲେ। ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଶ୍ୱିନୀକୁ ଅଟକ ରଖିବା ସହ ବନ୍ଧୁକ ଜବତ କରିଛି। ଏପଟେ ଆହତ କୁଞ୍ଜଙ୍କୁ ଚିକିତ୍ସା ଲାଗି ନିକଟରେ ଥିବା ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁଞ୍ଜଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଅବସରପ୍ରାପ୍ତ ସେନା କର୍ମଚାରୀ କ’ଣ ପାଇଁ ଗୁଳି ଚଳାଇଲେ, ଯେଉଁ ବନ୍ଧୁକରୁ ଗୁଳି ଚଳାଇଥିଲେ ତାହା ଲାଇସେନ୍ସ ପ୍ରାପ୍ତ କି ନୁହେଁ ତାହାକୁ ନେଇ ପୁଲିସ ଅନୁସନ୍ଧାନ ଚଳାଇଛି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories