www.samajalive.in
Saturday, December 6, 2025
23.1 C
Bhubaneswar

ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ତେଜପତ୍ର

ତେଜପତ୍ର ପ୍ରାୟତଃ ସମସ୍ତଙ୍କ ରୋଷେଇଘରେ ସହଜରେ ଉପଲବ୍ଧ। କୌଣସି ତରକାରୀରେ ତେଜପତ୍ର ପଡ଼ିଲେ ଏହାର ସ୍ବାଦ ଦ୍ବିଗୁଣିତ ହୋଇଯାଇଥାଏ। ହେଲେ କ’ଣ ଆପଣ ଜାଣନ୍ତି ତେଜପତ୍ର ଖାଲି ତରକାରୀର ସ୍ବାଦ ବଢାଇ ନଥାଏ, ବରଂ ଏହାର ରହିଛି ଅନେକ ସ୍ବାସ୍ଥ୍ୟପୋକାରୀ ଗୁଣ। ଏହାକୁ ସେବନ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀରର ଅନେକ ରୋଗ ଦୂର ହୋଇଥାଏ।

କିଡ୍‌ନୀ ରୋଗ ଦୂର କରିବାରେ ସହାୟକ ହୋଇଥାଏ: ତେଜପତ୍ର ସେବନ ଦ୍ୱାରା କିଡନୀ ରୋଗରେ ପୀଡ଼ିତ ଲୋକଙ୍କୁ ଅନେକ ଫାଇଦା ମିଳିଥାଏ। ବିଭିନ୍ନ ବ୍ୟଞ୍ଜନରେ ଏହାକୁ ପକାଇଲେ, କିଡନୀରେ ଷ୍ଟୋନ ସୃଷ୍ଟି ହୁଏ ନାହିଁ । ଏହାଦ୍ୱାରା ପରିସ୍ରା ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ମଧ୍ୟ ଦୂର ହୋଇଥାଏ।

- Advertisement -

ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ: ଅନେକ ଲୋକଙ୍କୁ ଖାଦ୍ୟ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଭୋଜନ କରିବା କ୍ଷଣି ସେମାନଙ୍କୁ କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଜନିତ ରୋଗ ଭଳି ସମସ୍ୟା ହୋଇଥାଏ। ଏମିତିରେ ଯଦି ସେମାନେ ତେଜପତ୍ର ପଡ଼ିଥିବା ଖାଦ୍ୟ ଖାଇବେ ତେବେ ପେଟ ସହ ଜଡ଼ିତ ସମସ୍ୟାରୁ ଅନେକ ମାତ୍ରାରେ ଉପଶମ ପାଇପାରିବେ।

ଆଖି ଏବଂ ରକ୍ତ ପାଇଁ ଲାଭଦାୟକ: ତେଜପତ୍ରରେ ଭିଟାମିନ୍ସି- ଏବଂ ଭିଟାମିନ୍-ଏ ଥାଏ। ଏହି ଦୁଇ ଭିଟାମିନ୍‌ ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିଟାମିନ-ସି ଆମ ଶରୀରରେ ଧଳା ରକ୍ତ କଣିକାକୁ ବଢ଼ାଇବାର କାମ କରିଥାଏ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧ କ୍ଷମତା ମଜଭୁତ ହୋଇଥାଏ। ସେହିପରି ଭିଟାମିନ-ଏ ଦୃଷ୍ଟିଶକ୍ତି ବଢ଼ାଇଥାଏ।

ଇନସୁଲିନକୁ ନିୟନ୍ତ୍ରଣ କରେ: ଯେଉଁମାନେ ମଧୁମେହ ରୋଗୀ ସେମାନଙ୍କ ପାଇଁ ତେଜପତ୍ର କୌଣସି ବରଦାନଠୁ କମ୍ ନୁହେଁ। ମଧୁମେହ ରୋଗୀମାନେ ଏହାକୁ ସେବନ କଲେ, ଏହା ସେମାନଙ୍କ ଇନସୁଲିନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଆପଣ ଭାତ, ଡାଲି କିମ୍ବା ପଲଉରେ ତେଜପତ୍ର ପକାଇ ଖାଇ ପାରିବେ। ନଚେତ୍ ସୁପ୍‌ରେ ମଧ୍ୟ ଏହାର ଛୋଟ ଛୋଟ ଖଣ୍ଡ ପକାଇ ସେବନ କରି ପାରିବେ।

ଅନିଦ୍ରା ସମସ୍ୟା ଦୂର କରିଥାଏ: ଯଦି ଆପଣ ଅନିଦ୍ରା ସମସ୍ୟାରେ ପୀଡ଼ିତ, ତେବେ ତେଜପତ୍ର ଆପଣଙ୍କ ପାଇଁ ରାମବାଣ ଭଳି କାମ କରିବ। ଆପଣ ରାତିରେ ଶୋଇବା ପୂର୍ବରୁ ତେଜପତ୍ର ସେବନ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ତେଜପତ୍ର ତେଲର କିଛି ବୁନ୍ଦା ଗରମ ପାଣିରେ ମିଶାଇ ପିଇଲେ ଭଲ ନିଦ ଆସିଥାଏ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories