www.samajalive.in
Sunday, December 7, 2025
16.1 C
Bhubaneswar

ପଞ୍ଚାୟତ ଏବଂ ପୌର ନିର୍ବାଚନ: ବିଭିନ୍ନ ଅଭିଯୋଗ ନେଇରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର:ସରକାରୀ ଅଫିସର ଏବଂ କର୍ମଚାରୀମାନେ କୌଣସି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ସପକ୍ଷରେ କାର୍ଯ୍ୟ କରିବା ଏବଂ ଭୋଟରମାନଙ୍କୁ ପ୍ରଭାବିତ କରିବା ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଏବଂ ଦଣ୍ଡନୀୟ ଅପରାଧ। କିନ୍ତୁ ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ସରକାରୀ କର୍ମଚାରୀମାନେ ଶାସକ ଦଳ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି ଏବଂ ଏଭଳି ଘଟଣାର ଭିଡିଓ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିଲେ ମଧ୍ୟ ରାଜ୍ୟ ନିର୍ବାଚନ କମିଶନ ନୀରବଦ୍ରଷ୍ଟା ସାଜିଛନ୍ତି। ତଥ୍ୟ ଓ ପ୍ରମାଣ ସହ ବାରମ୍ବାର ଅଭିଯୋଗ ସତ୍ତ୍ବେ ନିର୍ବାଚନ କମିଶନ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଏହି କାରଣରୁ ଶାସକ ଦଳର ପ୍ରୋତ୍ସାହନରେ କିଛି ସରକାରୀ କର୍ମଚାରୀ ନିଜ କ୍ଷମତାର ଅପବ୍ୟବହାର କରି ବିଜେଡି ସପକ୍ଷରେ କାର୍ଯ୍ୟ କରିବା ସହିତ ବିରୋଧୀ ବିଜେପି ଦଳ ଏବଂ ବିଜେପି ପ୍ରାର୍ଥୀଙ୍କ ବିରୁଦ୍ଧରେ ଖୋଲାଖୋଲି ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି। ଏହା ଗଣତନ୍ତ୍ରକୁ ହତ୍ୟା କରିବା ସଦୃଶ। ଏଭଳି କିଛି ଅଭିଯୋଗକୁ ନେଇ ଆଜି ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି।

ଆସନ୍ତା ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସ୍ଥାନ ଓ ପଦ ସଂରକ୍ଷଣ ଏବଂ ଭୋଟର ତାଲିକା ପ୍ରସଙ୍ଗରେ ବିଜ୍ଞପ୍ତି ଜାରି କରିଛନ୍ତି। ପୌରାଧ୍ୟକ୍ଷ ସଂରକ୍ଷଣକୁ ନେଇ ହୋଇଥିବା ଏକ ବଡ ଚଞ୍ଚକତା ସାମ୍ନାକୁ ଆସିଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ସୁନ୍ଦରଗଡ ସମେତ ରାଜଗାଙ୍ଗପୁର ଏବଂ ବିରମିତ୍ରପୁର ୩ଟି ମ୍ୟୁନିସିପାଲିଟି ରହିଛି। ବୀରମିତ୍ରପୁର ମ୍ୟୁନିସିପାଲିଟିର ୮୦ ପ୍ରତିଶତ ଆଦିବାସୀବହୁଳ ଏବଂ ଏହାର ୩ଟି ୱାର୍ଡ ଅଣସଂରକ୍ଷିତ ହୋଇଥିବାବେଳେ ଅନ୍ୟ ସମସ୍ତ ଏସଟିଙ୍କ ପାଇଁ ସଂରକ୍ଷିତ ରହିଛି। ଏଭଳି ସ୍ଥିତିରେ ପୌରାଧ୍ୟକ୍ଷ ପଦଟି କେଉଁ ଆଧାରରେ ଅଣସଂରକ୍ଷିତ ଭାବେ ପ୍ରକାଶ ପାଇଛି ? ଏହାକୁ ବିରୋଧ କରି ବୀରମତ୍ରପୁର ବିଧାୟକ ଶଙ୍କର ଓରାମ ଗତ ଜାନୁଆରୀ ୨୮ ତାରିଖ ଦିନ ଡାଇରେକ୍ଟର ମ୍ୟୁନିସିପାଲ ଆଡମିନଷ୍ଟ୍ରେସନ୍, ହାଉସିଂ ଓ ଅର୍ବାନ ଡେଭେଲପମେଣ୍ଟ, ଓଡିଶା ସରକାରଙ୍କୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି।
ଗତ ୩ ତାରିଖ ସକାଳେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ପଦମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମୁଡୁମି ଛକଠାରେ ବିଜେପି ଜିଲା ପରିଷଦ ପ୍ରାର୍ଥୀ ଶୁଭାଶିଷ ସାହୁଙ୍କ ହୋର୍ଡିଂ / ବ୍ୟାନରକୁ ଚିରିଫୋପାଡ଼ି ଦିଆଯାଇଥିଲା। ଯାହାକି ଗଣମାଧ୍ୟମରେ ପ୍ରକାଶ ପାଇଛି ଏବଂ ଏହାର ସିଡି ମଧ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି।
ସେହିଭଳି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଜୋନ ନଂ-୨ ଅନ୍ତର୍ଗତ ଗୌଡଛେଣ୍ଡିଆ ଗ୍ରାମରେ ବିଜେଡି କାର୍ଯ୍ୟକର୍ତ୍ତାମାନେ ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଖୋଲାଖୋଲି ଭାବେ ଟଙ୍କା ବଣ୍ଟନ କରିବାର ଭିଡିଓ ଭାଇରାଲ ହୋଇଛି। ଏଭଳି ବେନିୟମ କାର୍ଯ୍ୟ ବିରୋଧରେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହି ଘଟଣାର ସିଡି ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଛି।
ରାଜ୍ୟରେ ଅବାଧ, ମୁକ୍ତ ଓ ନିରପେକ୍ଷ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲସେଲର ରବି ଶଙ୍କର ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ, ଭୂବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ସୁଶାନ୍ତ କୁମାର ଜେନା ପ୍ରମୁଖ ସାମିଲ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories