www.samajalive.in
Saturday, December 6, 2025
26.1 C
Bhubaneswar

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ:ଡିଜିଟାଲ ପ୍ରଚାରରେ ଆଗରେ ସମିତି ସଭ୍ୟ ପ୍ରାର୍ଥୀନୀ ଶାନ୍ତା ଦାସ

ବାଲେଶ୍ୱର: କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ପଞ୍ଚାୟତ ନିର୍ବାଚନ ୨୦୨୨ରେ ପ୍ରଚାର ଲାଗି ରାଜ୍ୟ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି। ଯେ କୌଣସି ପ୍ରକାର ଶୋଭାଯାତ୍ରାକୁ ବରଣ କରାଯିବା ସହ ସଭା ସମିତିରେ ଅଧିକ ଲୋକଙ୍କ ଏକତ୍ରୀକରଣ ଉପରେ ମଧ୍ୟ ରୋକ ଲାଗିଛି। ଏହି ଦୃଷ୍ଟିରୁ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ଅନେକ ପ୍ରାର୍ଥୀ ଏବେ ଡିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦେଉଥିବା ନଜରକୁ ଆସିଛି। ତେବେ ଏଥିରେ ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ପଞ୍ଚାୟତର ଉଚ୍ଚଶିକ୍ଷିତା ସମିତି ସଭ୍ୟ ପ୍ରାର୍ଥୀନୀ ଶାନ୍ତା ଦାସ ଡିଜିଟାଲ ପ୍ରଚାରରେ ଆଗରେ ରହିଥିବା ଜଣାପଡ଼ିଛି।
କଟକଣାକୁ ନଜରରେ ରଖି ପ୍ରାର୍ଥୀମାନେ ଯଥାସମ୍ଭବ ହ୍ୱାଟ୍ସଆପ, ଫେସବୁକ, ଟ୍ୱିଟର ଆଦି ସାମାଜିକ ଗଣମାଧ୍ୟମରେ ପ୍ରଚାରକୁ ଜୋରଦାର ପାଇଁ ଉଦ୍ୟମ ଚଳାଇଥିବା ବେଳେ ଏହି ଡିଜିଟାଲ ପ୍ରଚାର, ଶିକ୍ଷିତ ପ୍ରାର୍ଥୀଙ୍କୁ ବେଶ ସୁହାଉଥିବା ଦେଖାଯାଉଛି। ଏ ସମ୍ପର୍କରେ ବରୁଣସିଂ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀନୀ ଶାନ୍ତା ଦାସ କୁହନ୍ତି ବର୍ତ୍ତମାନର କୋଭିଡ ପରିସ୍ଥିତିରେ ଏହି ଡିଜିଟାଲ ପ୍ରଚାର ଲୋକଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବେଶ ନିରାପଦ। ଏହି ପ୍ରଚାରରେ ଅଧିକ ଲୋକ ଏକାଠି ହେବା କିମ୍ବା ଘରକୁ ଘର ବୁଲିବାରର ଆବଶ୍ୟକ ହେଉନଥିବାରୁ କୋଭିଡ ସଂକ୍ରମଣ ବଢିବାର ଆଶଙ୍କାକୁ ଏଡାଇ ଦେଇ ହେଉଛି।

 

- Advertisement -

ସର୍ବୋପରି ଆମର ବାର୍ତ୍ତା ଖୁବ କମ ସମୟ ମଧ୍ୟରେ ସାଧାରଣଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଏହି ମାଧ୍ୟମରେ ଆମେ ଲୋକଙ୍କୁ ଆମର କାର୍ଯ୍ୟପନ୍ଥା ବିଷୟରେ ଜଣାଇବା ସହ ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନ କରାଇ ପାରୁଛୁ। ମୁଁ ଲୋକଙ୍କ ନିକଟରେ ପହଁଚିବା ଆଗରୁ ମୋ ବାର୍ତ୍ତା ଲୋକଙ୍କ ପାଖରେ ପହଁଚି ଯାଉଛି। ଯାହାକି ଲୋକଙ୍କ ନିକଟରେ ଖୁବ ଗ୍ରହଣୀୟ ହେଉଛି। ଏସଏମଏସ, ଭଏସ କଲ ମାଧ୍ୟମରେ ମୋ ଅପିଲ ଲୋକଙ୍କ ପାଖରେ ପହଁଚି ପାରୁଛି I ଲୋକଙ୍କ ନିକଟରେ ପହଞ୍ଚିବାରେ ଏବଂ ନିଜର ମତ ସେମାନଙ୍କ ନିକଟରେ ରଖିବାରେ ଏହା ହେଉଛି ସବୁଠୁ ସୁନ୍ଦର ମାଧ୍ୟମ। ବାଲେଶ୍ୱର ଜିଲା ହେଉଛି ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲା। ଆଜିର ବ୍ୟସ୍ତବହୁଳ ଜୀବନରେ ଡିଜିଟାଲ ମାଧ୍ୟମରେ ଲୋକଙ୍କ ନିକଟରେ ଖୁବ କମ ସମୟ ମଧ୍ୟରେ ପହଞ୍ଚିବା ସମ୍ଭବ ହୋଇପାରୁଛି। ଏଥିଲାଗି ଏ ଅଞ୍ଚଳର ସାଧାରଣଲୋକଙ୍କ ସମସ୍ୟା ସମାଧାନ ଲାଗି ମୁଁ ମୋ ନିଜ ଫୋନ ନମ୍ବର ସାର୍ବଜନୀନ କରିଛି ବୋଲି ଶ୍ରୀମତୀ ଦାସ କହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories