www.samajalive.in
Sunday, December 7, 2025
15.1 C
Bhubaneswar

ରେଙ୍ଗାଲି ଜିଲ୍ଲାପରିଷଦ ଜୋନ୍‍(୧) ପରିକ୍ରମା: ସ୍ଥାନୀୟ ନିଯୁକ୍ତି, ବିସ୍ଥାପନ, ପାନୀୟ ଜଳ, ସ୍ୱାସ୍ଥ୍ୟ ମୁଖ୍ୟ ପ୍ରସଙ୍ଗ

ରେଙ୍ଗାଲି: ଜିଲ୍ଲାପରିଷଦ ନିର୍ବାଚନ ପାଇଁ ରେଙ୍ଗାଲି ଜୋନ୍‍ -୧ ରେ କଂଗ୍ରେସ, ବିଜେଡି, ବିଜେପି ଏବଂ ସିପିଆଇ ତନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଛିଡା କରାଯାଇଛି। ସବୁ ଦଳ ଘମାଘୋଟ ପ୍ରଚାରରେ ମାତିଛନ୍ତି। ରେଙ୍ଗାଲି, ସାଲଡ, ନିଶାନଭଙ୍ଗା, ଜଙ୍ଗଳା, ବମାଲୋଇ, ଲପଙ୍ଗା, ଘିଚାମୁରା, ଖିଣ୍ଡା ଏବଂ ଠେଲକୋଲୋଇ ଆଦି ୯ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ରେଙ୍ଗାଲି ଜୋନ୍‍(୧) ଖଣି କାରଖାନା ଏବଂ କୃଷି ସମ୍ପନ୍ନ ଅଞ୍ଚଳରେ ପରିବେଷ୍ଟିତ। ହରିଜନ ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ଏହି ଜୋନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ ନିର୍ବାଚନ ରାଜନୀତିରେ ନୂଆ ପାଦ ଥାପିଛନ୍ତି। କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ରେବତୀ ସୋନାଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ସେ ଏକ ଘରୋଇ ଇଂଲିଶ ମିଡିୟମ୍‍ ସ୍କୁଲରେ ଶିକ୍ଷକତା କରୁଛନ୍ତି। ବିଜେପିରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରିୟମ୍ବଦା ବେହେରାଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ(କଳା) ଏବଂ ବିଜେଡିରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ଚୋଲେଶ୍ୱରୀ ମହାନନ୍ଦଙ୍କ ମଧ୍ୟ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ (ବିଜ୍ଞାନ)। ଏହି ନିର୍ବାଚନରେ ସିପିଆଇ ଦଳରୁ ପ୍ରାର୍ଥୀ ହୋଇଥିବା ବିନତୀ କଣ୍ଟାଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ଏହି ଜୋନରେ ମୋଟ୍‍ ଭୋଟର ସଂଖ୍ୟା ୩୮,୮୩୫। ସେଥି ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧୯,୪୪୨ ଏବଂ ମହିଳା ଭୋଟରଙ୍କ ସଂଖ୍ୟା୧୯,୩୯୫। ଜୋନର ୱାର୍ଡ ସଂଖ୍ୟା ୧୧୪।
ଏହି ଜୋନର ଅଧିକାଂଶ ଅଞ୍ଚଳ ଶିଳ୍ପାୟନ ଯୋଗୁଁ କ୍ଷତିଗ୍ରସ୍ତ ଓ ପ୍ରଭାବିତ। କଳକାରଖନାରେ ସ୍ଥାନୀୟ ନିଯୁକ୍ତି ଦୀର୍ଘ ବର୍ଷର ସମସ୍ୟା ହୋଇ ରହିଥିବା ବେଳେ କଳକାରଖାନା ଏବଂ ଖଣି ଯୋଗୁଁ ଜମିବାଡି ହରାଇ ବିସ୍ଥାପିତ ହୋଇଥିବା ଅନେକ ପରିବାରଙ୍କ ଥଇଥାନ, କ୍ଷତିପୁରଣ, ନିଯୁକ୍ତି ଆଦି ସମସ୍ୟା ମଧ୍ୟ ଅସମାହିତ।

ହୀରାକୁଦ ଜଳଭଣ୍ଡାର ପାଖରେ ଥାଇ ବି ଏହି ଜୋନର ତୁରି, ଟିକ୍ରା, ବାଉଁଶେନ, ଯୁଗିପାଲି, ବାରିକପାଲି, କୁର୍ଲା, ସପନେ, ଥୁଣ୍ଟିକତରବଗା, ପୁଡାପଡା, ଲପଙ୍ଗା, ବଂଶିମାଲ, ନୁଆଁଖିଣ୍ଡା, ବାବୁଖିଣ୍ଡା, ଚାଲଟିକ୍ରା, ବେହେରାମୁଣ୍ଡା, ମାତଲୁକେମ୍ପ, ତଲାବିରା, ଦନ୍ତାମୁରା, ମୁଣ୍ଡାପଡା, ଧୁବେନଛାପଲ, ଖଡିଆପାଲି, ବାଞ୍ଜିବେର୍ଣା, ଠେଲକୋଲୋଇ ଆଦି ବହୁସଂଖ୍ୟକ ଗ୍ରାମରେ ପାନୀୟ ଜଳ ସମସ୍ୟା ଦୀର୍ଘ ବର୍ଷ ହେଲା ଅସମାହିତ ହୋଇ ରହିଯାଇଛି। ଖିଣ୍ଡା ଛକରେ ଦୁଇ ଦଶନ୍ଧି ହେଲା ନିର୍ମାଣ ହୋଇଥିବା ବୃହତ୍‍ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନଥିବାରୁ ଅଞ୍ଚଳବାସୀଙ୍କ ପାଇଁ ଏହା କେବଳ ଶୋ’ ପିସ୍‍ ପାଲଟଛିି। ଏହି ଜୋନ୍‍ ରେ ବ୍ୟାପକ ଶିଳ୍ପାୟନ ସତ୍ତେ୍ୱ କୃଷି ଉପରେ ଲୋକେ ନିର୍ଭରଶୀଳ। ଚାଷ ଜମି ରେ ଜଳ ସେଚନ ର ସୁବିଧା ନଥିବାରୁ ପ୍ରତିବର୍ଷ ବ୍ୟବଧାନ ରେ ଅନିୟମିତ ବର୍ଷା ଯୋଗୁଁ ମରୁଡି ହୋଇ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ରେଙ୍ଗାଲିକୁ ଜିଲ୍ଲାର ଶିଳ୍ପ ରାଜଧାନୀ ଏବଂ ରାଜ୍ୟର ଶିଳ୍ପ କରିଡର ବୋଲି କୁହାଯାଉଛି। କିନ୍ତୁ ଏଠାକାର ସ୍ୱାସ୍ଥ୍ୟସେବା ଅତି ଦୟନୀୟ। ରେଙ୍ଗାଲି ଏବଂ ଖିଣ୍ଡାରେ ଥିବା ସରକାରୀ ଡାକ୍ତରଖାନାର ଉନ୍ନତିକରଣ କରାଯାଇ ରେଙ୍ଗାଲିରେ ଥିବା ପିଏଚ୍‍ ସି (ନ୍ୟୁ)କୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେବାକୁ ବହୁ ବର୍ଷ ହେଲା ଦାବୀ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଟ୍ରମା ସେଣ୍ଟର ପ୍ରତିଷ୍ଠା ପାଇଁ ୨୦୦୯ ମସିହାରୁ ଆର୍‍.ପି.ଡିଏସି ବୈଠକରେ ଗୃହିତ ହୋଇଥିବା ପ୍ରସ୍ତାବ ଖତ ଖାଉଛି ଏବଂ ଗତ ନିର୍ବାଚନ ରେ ସୁପର ସ୍ପେସାଲିଟି ହସପିଟାଲ୍‍ ପାଇଁ ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରୁତି ମଧ୍ୟ ଏଯାବତ୍‍ କାର୍ଯ୍ୟକାରୀ ହୋଇନାହିଁ। ଖଣିଖାଦାନ ଏବଂ କଳକାରଖନାର ପ୍ରଦୂଷଣ ସୀମା ଅତିକ୍ରମ କରୁଛି। ଅନେକ ପଞ୍ଚାୟତ ରେ କଲ୍ୟାଣମଣ୍ଡପ ଅଧାପନ୍ତରିଆରେ ପଡିରହିଛି। ରେଙ୍ଗାଲି ପଞ୍ଚାୟତ କାର୍ଯ୍ୟାଳୟ ପାଖ ରେ ଗତ ୧୦ ବର୍ଷ ହେଲଉା ଅସମ୍ପୁର୍ଣ ହୋଇ ପଡି ରହିଥିବା କଲ୍ୟାଣ ମଣ୍ଡପ ଏହାର ଜ୍ୱଳନ୍ତ ଉଦାହରଣ। ବ୍ଳକ୍‍ ସଦର ମହକୁମା ରେଙ୍ଗାଲି ର ନାଳ ନର୍ଦ୍ଦମା ର ସଫେଇ ର ବ୍ୟବସ୍ଥା ନାହିଁ। ରେଙ୍ଗାଲି ସମେତ ଏହାର ଶିଳ୍ପାଞ୍ଚାଳ ରେ ସାର୍ବଜନିନ ଶୌଚାଳୟ ନାହିଁ।ଫଳ ରେ ଲୋକେ ନାହିଁ ନଥିବା ସମସ୍ୟା ର ସମ୍ମୁଖିନ ହେଉଛନ୍ତି। ରେଙ୍ଗାଲିର ପାର୍କ ଅଧାପନ୍ତରିଆରେ ପଡି ରହିଛି। ଷ୍ଟ୍ରିଟ୍‍ ଲାଇଟ୍‍ ବିପର୍ଯସ୍ତ। ଅଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନ କୋଟିକୋଟି ଟଙ୍କା ମୁନାଫା କରୁଥିବା ସତ୍ତ୍ବେ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିର ଏଞ୍ଚଳରେ ଯେଭଳି ବିନିଯୋଗ ହେବା କଥା ହେଉନାହିଁ। ଫଳରେ ଏହି ଜୋନରେ ବହୁ ମୌଳିକ ଜନ ସମସ୍ୟା ଅସମାହିତ ହୋଇ ରହିଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories