www.samajalive.in
Sunday, December 7, 2025
14.1 C
Bhubaneswar

ରୋଷେଇ ବେଳେ ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ; ବର୍ତ୍ତିଗଲେ ପରିବାର

ବାଉଁଶୁଣି : ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଜମଘାଟୀ ଗ୍ରାମରେ ରୋଷେଇ ବେଳେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର ପାଇ ଯମଘାଟି ଗ୍ରାମବାସୀ ଓ ବାଉଁଶୁଣୀ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଜମଘାଟୀ ଗ୍ରାମର ଭାସ୍କର ଥାଟୀଙ୍କ ଘରେ ରୋଷେଇ ବେଳେ କୌଣସି କାରଣରୁ ଗ୍ୟାସ୍ ଲିକ ହୋଇ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ପରିବାରବର୍ଗ ବାହାରକୁ ଚାଲି ଆସି ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। ଗ୍ରାମବାସୀ ସଙ୍ଗେ ସଙ୍ଗେ ବାଉଁଶୁଣୀ ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ବାଉଁଶୁଣୀ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାରୁ ପରିବାର ବର୍ଗ ବର୍ତ୍ତିଯିବା ସହ ବିଶେଷ କିଛି କ୍ଷୟକ୍ଷତି ହୋଇନ ଥିବା ଜଣା ପଡିଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories