ମଦଭାଟି ସ୍ଥାନନ୍ତର ନେଇ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ

ବାଉଁଶୁଣି:ବାଉଁଶୁଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୈଦ୍ୟନାଥପୁର ଠାରେ ଥିବା ଦେଶୀ ମଦ ଭାଟି ସ୍ଥାନାନ୍ତର କରିବା ନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ । ବାଉଁଶୁଣୀ ପଞ୍ଚାୟତ ଅଂଚର ବିଭିନ୍ନ ଶିକ୍ଷାନୁଷ୍ଠାନ ,ଅଙ୍ଗନବାଡି ,ମହିଳା ସ୍ଵୟଂ ସହାୟକ ଗୋଷ୍ଠି ତଥା ସଚେତନ ନାଗରିକ ମାନେ ଆଜି ସମୁହ ହରଭଙ୍ଗା ବ୍ଲକ୍ ବନ୍ଧାପଥର ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ରେ ଅଭିଯୋଗ କଲେ। ମିଳିଥିବା ଅଭିଯୋଗ ପତ୍ର ଅନୁସାରେ, ଜିଲ୍ଲା ର ବାଉଁଶୁଣୀ ଏକ ପ୍ରମୁଖ ସ୍ଥାନ ଅଟେ । ଦୀର୍ଘ ବର୍ଷରୁ ବାଉଁଶୁଣୀ-ଗୁନ୍ଦୁଲିଆ ପିଡବ୍ଲ୍ୟୁଡି ରାସ୍ତା ର ବୈଦ୍ୟନାଥପୁର ମୌଜା ରେ ଏକ ଦେଶୀ ମଦ ଭାଟି ରହିଅଛି । ଉକ୍ତ ମଦ ଭାଟି ରାସ୍ତା କଡରେ ରହିଥିବା ଯୋଗୁଁ,ରାସ୍ତା ଉପରେ ସଦା ସର୍ବଦା,ନିଶାଶକ୍ତ ମାତାଲ ବ୍ୟକ୍ତି ମାନଙ୍କ ପ୍ରଦ୍ରୁଭାବ ଦିନକୁ ଦିନ ବଢୁଥିବା ବେଳେ ରାସ୍ତା ରେ ଯାତାୟାତ କରୁଥ‌ିବା ବିଦ୍ୟାର୍ଥି ଓ ସାଧାରଣ ଲୋକ ମାନଙ୍କ ଉପରେ କୁପ୍ରଭାବ ପକାଉଛି ।

ନିୟମିତ ସନ୍ଧ୍ୟା ସମୟର ସେହିବାଟ ଦେଇ ଲୋକ ଙ୍କ ଯିବା ଆସିବା ଗୋଟେ ପ୍ରକାର ବନ୍ଦ ହୋଇଯାଇଛି । ସାଧାରଣ ଜନତା ଭୟଭୀତ ହେଉଛନ୍ତି। ଦେଶୀ ମଦ ଭାଟି ପୋଚ ଏବଂ ସେଥୁରୁ ନିର୍ଗତ ହେଉଥ‌ିବା ଦୂଷିତ ପାଣି ପୋଖରୀ କୁ ଆସି ବିଷାକ୍ତ କରୁଥିବା ଯୋଗୁଁ ପୋଖରୀ ପାଣି ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ ସେପଟେ ବାଉଁଶୁଣୀ ପୋଲିସ ପକ୍ଷରୁ ପେଟ୍ରାଲିଂ ବ୍ୟବସ୍ଥା କୁ କଡ଼ା କଡି କରାଗଲେ ନିଶାଶକ୍ତ ମାତାଲ ବ୍ୟକ୍ତି ଙ୍କ ଉପରେ ଦୃଢ଼ କାର୍ଯ୍ୟ।ନୁଷ୍ଟାନ ନେଲେ ମଦୁଆ ଙ୍କ ମଧ୍ୟ ରେ ଛନକା ପଶିବ ବୋଲି ଆଶା କରାଯାଉଛି । ଏନେଇ ପୂର୍ବରୁ ଅନେକ ଥର ଜିଲ୍ଲା ପ୍ରଶାସନ ଙ୍କ ଦୃଷ୍ଟି କୁ ଅଣାଯାଇଥିଲେ ମଧ୍ୟ,ଏହାର ଫଳାଫଳ ମିଲିପାରୁ ନାହିଁ । ଏଣୁ ,ଦେଶ-ମଦ ଭାଟି ସ୍ଥାନାନ୍ତର ବିଷୟ ସାଧାରଣ ଜନତା ତଥା ବିଦ୍ୟାର୍ଥ ମାନଙ୍କର ବିଶେଷ ଅସୁବିଧା ହୋଉଥ‌ିବାରୁ ସ୍ଥାନାନ୍ତରିତ କରିବା ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋରଧରୁଛି ।

Comments are closed.