www.samajalive.in
Tuesday, December 9, 2025
26.1 C
Bhubaneswar

ରିଲିଜ୍‍ ହେଲା ‘ବାଟଲା ହାଉସ’ର ନୂଆ ଟିଜର

ମୁମ୍ବଇ : ଜନ୍‍ ଆବ୍ରାହମ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଟଲା ହାଉସ’ର ନୂଆ ଟିଜର ସୋମବାର ରିଲିଜ୍‍ ହୋଇଛି। ଜନ୍‍ ନିଜେ ସାମାଜିକ ଗଣମାଧ୍ୟମରେ ଏହି ଟିଜର ଶେୟାର କରିଛନ୍ତି। ଇଣ୍ଡିଆନ୍‍ ମୁଜାହିଦୀନ ଆତଙ୍କବାଦୀ ସଙ୍ଗଠନ ବିରୋଧରେ ଦିଲ୍ଲୀର ଜାମିୟା ନଗର ବାଟଲା ହାଉସ ଅଞ୍ଚଳରେ କରାଯାଇଥିବା ‘ଅପରେସନ୍‍ ବାଟଲା ହାଉସ’ କାହାଣୀକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି। ଟିଜର୍‍ର ଆରମ୍ଭରେ କିଛି ରାଜନେତା କହୁଛନ୍ତି ଯେ, ଏହି ଏନ୍‍କାଉଣ୍ଟରରେ ପ୍ରାଣ ହରାଇଥିବା ଯୁବକମାନେ ଛାତ୍ର ଥିଲେ ଓ ଏହା ଏକ ନକଲୀ ଏନ୍‍କାଉଣ୍ଟର ଥିଲା। ଏହାପରେ ସମ୍ପୂର୍ଣ୍ଣ ଦିଲ୍ଲୀରେ ପୁଲିସକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି। ଏହାପରେ ଜନ୍‍ଙ୍କ କଣ୍ଠ ସ୍ୱର ଶୁଣିବାକୁ ମିଳିଛି। ସେ କହୁଛନ୍ତି, ଆମେ କହୁନାହୁଁ ଯେ ସେମାନେ ଛାତ୍ର ନଥିଲେ, କିନ୍ତୁ କ’ଣ ସେମାନେ ନିର୍ଦ୍ଦୋଷ ଥିଲେ?
ସୂଚନାଯୋଗ୍ୟ, ଭୂଷଣ କୁମାର ଓ ଜନ୍‍ ଆବ୍ରାହମ୍‍ଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ନିଖିଲ୍‍ ଆଡ଼ଭାନୀ ବହନ କରିଛନ୍ତି। ଚଳଚ୍ଚିତ୍ରରେ ଜନ୍‍ଙ୍କ ସହିତ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ। ଏହା ଚଳିତ ବର୍ଷ ୧୫ ଅଗଷ୍ଟରେ ମୁକ୍ତିଲାଭ କରିବ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories