www.samajalive.in
Monday, December 15, 2025
15.1 C
Bhubaneswar

ଲୁଟ ପାଇଁ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ, ୨ ଅଟକ

ବାସୁଦେବପୁର: ବାସୁଦେବପୁର -ବାଲିଛନ୍ଦାଘାଟ ରାସ୍ତାର ଆର୍ତ୍ତୁଂ ଗ୍ୟାସ ଅଫିସ ନିକଟରେ ୩ଜଣ ଯୁବକ ଏକ କାରକୁ ଅଟକାଇ ଡ୍ରାଇଭରକୁ ମାଡମାରି ଲୁଟ ଉଦ୍ୟମ କରିଥିଲେ। ଏହି ୩ଜଣ ଯୁବକ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ତେବେ ଡ୍ରାଇଭର ଜଣଙ୍କ ସେମାନଙ୍କଠାରୁ ନିଜକୁ ମୁକୁଳାଇବା ପାଇଁ ଜୋରରେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ସେହି ରାସ୍ତାରେ ଯାଉଥିବା ପଥଚାରୀମାନେ ରୁଣ୍ଡ ହୋଇଯାଇଥିଲେ। ଲୁଟ ଉଦ୍ଦେଶ୍ୟରେ ଆସି ଡ୍ରାଇଭରଙ୍କୁ ଆକ୍ରମଣ କରୁଥିବା ତିନିଜଣ ଯୁବକଙ୍କ ମଧ୍ୟରୁ ଘଟଣାସ୍ଥଳରୁ ଜଣେ ଦୌଡି ପଳାଇ ଯାଇଥିବା ବେଳେ ପଥଚାରୀମାନେ ଦୁଇଜଣକୁ କାବୁ କରିନେଇଥିଲେ।

ପଥଚାରୀମାନଙ୍କ ମାଡରେ ଉଭୟ ଦୁଇଯୁବକ ଗୁରୁତର ହୋଇଥିଲେ। ଏହାପରେ ପୁଲିସ ଖବରପାଇ ଘଟଣାସ୍ଥଳରୁ ଦୁଇ ଯୁବକଙ୍କୁ ପଥଚାରୀମାନଙ୍କଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସିତ କରାଇବା ସହ ଥାନାରେ ଅଟକ ରଖିଛି । ଏଥିସହ ଦୁଇ ଯୁବକଙ୍କ ଗୋଟିଏ ବୁଲେଟ ଓ ମୋଟରସାଇକେଲକୁ ଜବତ କରିଛି। ଅପରପକ୍ଷରେ ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଛିନତାଇ ଅଭିଯୋଗକୁ ନେଇ ପୁଲିସ ଘଟଣାର ତଦନ୍ତ କରୁଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories