ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା ବୁଢ଼ିଆଈ ଦେବୀ

ବୁଢ଼ୀଆଈ ଦେବୀଙ୍କ କାଦୋଯାତ୍ରା

ଦେଓଗାଁ,: ଚଳିତ ବର୍ଷ ଠିକ ଭାବରେ ଯେମିତି ବର୍ଷା ହେବ ସେଥିପାଇଁ ପୂର୍ବ ଜମିଦାରୀ ପ୍ରଥା ଅନୁସାରେ ଅନୁଷ୍ଠିତ ହୋଇଛି ବୁଢ଼ୀଆଈ ଦେବୀଙ୍କ କାଦୋଯାତ୍ରା। ପ୍ରତି ବର୍ଷ ଯାତ୍ରା ସମୟରେ ଖରା ହେଉଥିବା ବେଳେ ଏଥର ଯାତ୍ରାରେ ଦେଖିବାକୁ ମିଳିଥିଲା ଝିପି ଝିପି ବର୍ଷା। ଏହି ବର୍ଷାରେ ମଧ୍ୟ ଶହ ଶହ ଲୋକ ରୁଣ୍ଡ ହୋଇ ମା’ଙ୍କ ଆଶୀର୍ବାଦ ଲୋଡିଥିଲେ। ଢୋଲ ନିଶାନର ତାଳେ ତାଳେ ନୃତ୍ୟ କରି ଭକ୍ତଙ୍କ ଗୁହାରୀ ଶୁଣିଥିଲେ ମା।

ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ ର ଜରାସିଂହା ଗାଁରେ। ଏହି ଗାଁ ର ଇଷ୍ଟ ଦେବୀ ହେଉଛନ୍ତି ମା ବୁଢିଆଇ। ତାଙ୍କର ଏହି ଯାତ୍ରା ଚାଷ କାର୍ଯ୍ୟ ସହ ଯୋଡି ହୋଇ ରହିଥିବାରୁ କୃଷି ଭିତ୍ତିକ ପର୍ବ କାଦୋଯାତ୍ରା ବୋଲି ଅଞ୍ଚଳରେ ଖ୍ୟାତି ରହିଛି। ଆଷାଢ଼ ପୂର୍ଣ୍ଣିମା ଦିନରେ ଏହି ଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ରହିଥିବା ବେଳେ ତା’ ପୂର୍ବ ଦୁଇ ଦିନରୁ ଯାତ୍ରାର ପସ୍ତୁତି ହୋଇଥାଏ। ଗୋରସ ରୁକା, ସେରେନି ବଟା ପୂଜା ହେବା ପରେ ୩୨ ଦେହୁରୀ ପାଟଖଣ୍ଡା ମନ୍ଦିର ରୁ ବରୁଆ, ଜମିଦାର,ପୂଜକ ଙ୍କୁ ନେଇ ଜରାସିଂହା ବୁଢ଼ିଆ ଇ ମନ୍ଦିର କୁ ଆସିଲା ପରେ ଯାତ୍ରାଅନୁଷ୍ଠିତ ହୁଏ।

prayash

ବରୁଆ ସନ୍ତୋଷ ଥନାପତିଙ୍କ ଦେହରେ ଆବିର୍ଭାବ ହୋଇ ଯାତ୍ରା ଖଳାକୁ ଆସିବା ପରେ ଲୋକମାନେ ଗୁହାରୀ କରିଥାନ୍ତି।ଏହି ଯାତ୍ରା ଟି କୃଷି ଭିତ୍ତିକ ପର୍ବ ଓ ଏହି ପର୍ବରେ ଚଳିତ ବର୍ଷା ଓ ଚାଷକୁ ନେଇ ଆକଳନ କରାଯିବାର ପରଂପରା ରହିଛି। ରାଜା ରାଜୁଡା ଅମଲରୁୁ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ରେ ପ୍ରବଳ ଜନ ସମାଗମ ହୋଇଥାଏ ଯାତ୍ରା ଖଳାରେ। ପାରମ୍ପରିକ ରୀତିନୀତି ଅନୁସାରେ ବୁଢ଼ିଆଇ ଦେବୀଙ୍କ ବାଟିଖେଳ, ମାଛ ଧରା, ଘୋଡା ଚଢା ଦେଖିବାକୁ ମନ୍ଦିର ଭିତରେ ଶହ ଶହ ଶ୍ରଦ୍ଧାଲୁ ସମାଗମ ହୋଇଥିଲେ ଐତିହାସିକ ଯାତ୍ରା ପାଇଁଶୁକ୍ରବାର ଗୋରସ ରୋକା ହେବା ସହ ମନ୍ଦିରରେ ପୂଜା କାର୍ଯ୍ୟଆରମ୍ଭ ହୋଇଥିଲା। ଦିନ ଗାଁର ସମସ୍ତ ଶ୍ରଦ୍ଧାଳୁ ନିଜ ନିଜ ଘରୁ ଗୋରସ ଆଣିବା ପରେ ବୁଢ଼ୀଆଈ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା।

ରବିିିବାରର ଦିନ ସନ୍ଧ୍ୟାରେ ପେଠା ବାବୁ ଶଙ୍କର ସିଂବାବୁଙ୍କ ଦ୍ବାରା ସେରନିବଟା ହୋଇଥିଲା। ଏହାପରେ ସମସ୍ତ ଦେହେଲିଆଙ୍କୁ ଲାଟ ବଣ୍ଟାଯିବା ପରେ ତଲେଇବସା ପର୍ବ ପରେ ଉପେନପିଟା କରାଯାଇଥିଲା। ରବିବାର ଦେହେରୀ ଓ ଝାଙ୍କରଙ୍କୁ ବରଣ କରାଯିବା ପରେ ଯାତ୍ରା ଆରମ୍ଭ ହୋଇଥିଲା। ଆଜିର ଏହି ଯାତ୍ରାରେ ବହୁ ଲୋକଙ୍କ ସମାଗମ ହୋଇଥିଲା। ଦେଓଗାଁ ବ୍ଳକରେ ଅନୁଷ୍ଠିତ ହେଉଥିବା ପଟଖଣ୍ଡା, ଶୁଲିଆ, କାନ୍ଦୁଲ ବୁଢା ଯାତ୍ରା ରେ ପ୍ରବଳ ମାତ୍ର ରେ ବଳି ଦିଆ ଯାଉଥିବା ଦେଖିବା କୁ ମିଳିଥାଏ। କିନ୍ତୁ ଏହି ଦୃଶ୍ୟ ଚଳିତ ବର୍ଷ ର ବୁଢୀ ଆଇ ଯାତ୍ରା ରେ ମଧ୍ୟ ଦେଖିବା କୁ ମିଳିଛି। ଜରା ସିଂହା ଗାଁ ରେ ଯାତ୍ରା ଅନୁଷ୍ଠିତ ହେଉଥିଲେ ବି ଦୂର ଦୁରାନ୍ତରେ ରହୁଥିବା ଲୋକମାନେ ଯାତ୍ରା ଦେଖି ଆସି ଦେବୀଙ୍କ ଠାରେ ମାନସିକ କରିଥାନ୍ତି। ଫଳରେ ଯାହାର ମାନସିକ ପୂରଣ ହୋଇଥାଏ ସେ ଦେବୀଙ୍କ ନିକଟକୁ ଆସି ବୋଦା ସହ ନଡ଼ିଆ ଦେଇଥାଏ।

kalyan agarbati

Comments are closed.