www.samajalive.in
Saturday, December 6, 2025
23.1 C
Bhubaneswar

ଋଣଭାର ସୁଝି ନପାରି ମହିଳାଙ୍କ ଆତ୍ମହତ୍ୟା

ବାସୁଦେବପୁର: ଦିନକୁ ଦିନ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଦୈାରାତ୍ମ ବଢିବାରେ ଲାଗିଛି । ଆଜି ଜଣେ ମହିଳା ଋଣଭାର ସୁଝି ନପାରି ଆତ୍ମହତ୍ୟା କରିଥିବା ଖବର ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ , ବାସୁଦେବପୁର ଥାନା ଅଧିନ ସୁଗୋ ପଞ୍ଚାୟତ କାଞ୍ଜିଖିଆ ଗାଁର ମୁକ୍ତିକାନ୍ତ ରାଉତଙ୍କ ସ୍ତ୍ରୀ ଅନୀତା ରାଉତ ସୂର୍ଯୋଦୋୟ ନାମକ ଅର୍ଥ ଲଗାଣକାରୀ ସଂସ୍ଥା ନିକଟରୁ ପଚାଶ ହଜାର ଟଙ୍କା ଋଣ ଆକାରରେ ନେଇଥିଲେ । ଅର୍ଥରାଶିର ପରିଶୋଧ ବାବଦକୁ ତିନିଗୋଟି କିସ୍ତି ଦେଇସାରିଥିବାବେଳେ ସୋମବାର କିସ୍ତି ବାବଦକୁ ଅର୍ଥରାଶି ପୈଠ କରିବାର ଥିଲା । ଅଭାବ ଅନାଟନ କାରଣରୁ ଅର୍ଥରାଶି ପୈଠ କରିପାରିନଥିଲେ । ସୋମବାର ରାତିରେ ଅର୍ଥ ଲଗାଣକାରୀ ସଂସ୍ଥା ନିକଟରୁ ଅର୍ଥ ରାଶି ପୈଠ ବାବଦକୁ ଫୋନକଲ ଆସିବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଅନୀତା । ଶେଷରେ ଗୋରୁ ଗୁହାଳରେ ରଶି ଲଗାଇ ଆତ୍ମହତ୍ୟା ଶେଷ ରାସ୍ତା ବୋଲି ଧରିନେଇଥିଲେ । ସକାଳ ସମୟରେ ଗୁହାଳ ଘରେ ରଶି ଲଗାଇ ଝୁଲି ପଡିଥିବା ପରିବାର ଲୋକ ଜାଣିବାକୁ ପାଇ ପୁଲିସକୁ ଜଣାଇଥିଲେ । ପୁଲିସ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories