www.samajalive.in
Saturday, December 6, 2025
26.1 C
Bhubaneswar

ଋଣଭାର ସୁଝି ନପାରି ମହିଳାଙ୍କ ଆତ୍ମହତ୍ୟା

ବାସୁଦେବପୁର: ଦିନକୁ ଦିନ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଦୈାରାତ୍ମ ବଢିବାରେ ଲାଗିଛି । ଆଜି ଜଣେ ମହିଳା ଋଣଭାର ସୁଝି ନପାରି ଆତ୍ମହତ୍ୟା କରିଥିବା ଖବର ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ , ବାସୁଦେବପୁର ଥାନା ଅଧିନ ସୁଗୋ ପଞ୍ଚାୟତ କାଞ୍ଜିଖିଆ ଗାଁର ମୁକ୍ତିକାନ୍ତ ରାଉତଙ୍କ ସ୍ତ୍ରୀ ଅନୀତା ରାଉତ ସୂର୍ଯୋଦୋୟ ନାମକ ଅର୍ଥ ଲଗାଣକାରୀ ସଂସ୍ଥା ନିକଟରୁ ପଚାଶ ହଜାର ଟଙ୍କା ଋଣ ଆକାରରେ ନେଇଥିଲେ । ଅର୍ଥରାଶିର ପରିଶୋଧ ବାବଦକୁ ତିନିଗୋଟି କିସ୍ତି ଦେଇସାରିଥିବାବେଳେ ସୋମବାର କିସ୍ତି ବାବଦକୁ ଅର୍ଥରାଶି ପୈଠ କରିବାର ଥିଲା । ଅଭାବ ଅନାଟନ କାରଣରୁ ଅର୍ଥରାଶି ପୈଠ କରିପାରିନଥିଲେ । ସୋମବାର ରାତିରେ ଅର୍ଥ ଲଗାଣକାରୀ ସଂସ୍ଥା ନିକଟରୁ ଅର୍ଥ ରାଶି ପୈଠ ବାବଦକୁ ଫୋନକଲ ଆସିବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଅନୀତା । ଶେଷରେ ଗୋରୁ ଗୁହାଳରେ ରଶି ଲଗାଇ ଆତ୍ମହତ୍ୟା ଶେଷ ରାସ୍ତା ବୋଲି ଧରିନେଇଥିଲେ । ସକାଳ ସମୟରେ ଗୁହାଳ ଘରେ ରଶି ଲଗାଇ ଝୁଲି ପଡିଥିବା ପରିବାର ଲୋକ ଜାଣିବାକୁ ପାଇ ପୁଲିସକୁ ଜଣାଇଥିଲେ । ପୁଲିସ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories