Patra electronics

ପାନୀୟ ଜଳଯୋଗାଣର ନାଁ ଗନ୍ଧ ନାହିଁ ; ବିଦ୍ୟୁତ ବିଲ୍ ଆସିଛି ୨୪ ହଜାର 

ଲାଞ୍ଜିଗଡ : ଗାଁ ଗାଁକୁ ପାନୀୟଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ବସୁଧା ଯୋଜନା। ଏହି ଯୋଜନାରେ ଗଭୀର ନଳକୂପ ଖୋଳିବା, ଓଭରହେଡ ଟ୍ୟାଙ୍କ ନିର୍ମାଣ କରିବା, ପାଇପ ବିଛାଇବା, ପ୍ରତି ଘରେ ଟ୍ୟାପ ଲଗାଇବା ପାଇଁ ବ୍ୟୟ ହେଉଛି କୋଟି କୋଟି ଟଙ୍କା। ତେବେ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ଲୋକଙ୍କୁ ମିଳି ପାରୁନି ଟୋପାଏ ପିଇବା ପାଣି। ବର୍ଷା ଦିନରେ ନଦୀନାଳ ଭଳି ସ୍ଥାନରୁ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି ଶହଶହ ଲୋକେ। ଏହିପରି ଏକ ଚିନ୍ତା ଉଦ୍ରେକକାରୀ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭଟ୍ଟାଙ୍ଗପଦର ଗାଁରେ। ଗାଁରେ ବସବାସ କରନ୍ତି ପ୍ରାୟ ସାତ ଶହରୁ ଉର୍ଦ୍ଧ୍ବ ଲୋକେ।

କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟି ନେଲେ ୧୮ ଭରି ସୁନାରୁପା ଅଳଙ୍କାର


ଗ୍ରାମବାସୀଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ଗାଁର ଶେଷମୁଣ୍ଡରେ ନିର୍ମାଣ ହୋଇଛି ଓଭରହେଡ ଟ୍ୟାଙ୍କ। ବସୁଧା ଯୋଜନାରେ ଏକ କୋଟି ତିନି ଲକ୍ଷ ବାଷଠି ହଜାର ଟଙ୍କା ବ୍ୟୟରେ ଏହା ନିର୍ମିତ ହୋଇଥିବା ବେଳେ ତିନିବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ହେଁ କାମ ସରିନାହିଁ। କାମ ଅଧାରେ ଛାଡ଼ି ଠିକାଦାର ପଳାଇ ଯାଇଥିବା ବେଳେ ଏହି ପ୍ରକଳ୍ପକୁ ଆଜି ପର୍ଯ୍ୟନ୍ତ ପଞ୍ଚାୟତକୁ ହସ୍ତାନ୍ତର କରାଯାଇନାହିଁ। ଅପରପକ୍ଷରେ ପାନୀୟ ଜଳ ଯୋଗାଣର ନାଁ ଗନ୍ଧ ନଥିବାବେଳେ ବିଦ୍ୟୁତ ବିଭାଗ ପକ୍ଷରୁ କିନ୍ତୁ ଚବିଶ ହଜାର ଚାରିଶହ ଷାଠିଏ ଟଙ୍କାର ବିଦ୍ୟୁତ ବିଲ୍ ପୈଠ କରିବାକୁ ନୋଟିସ ଆସିଛି। ବିନା ଜଳଯୋଗାଣରେ ଆସିଥିବା ବିଦ୍ୟୁତ ବିଲ୍‌କୁ ଦେଖି ପଞ୍ଚାୟତ କର୍ତ୍ତୃପକ୍ଷ ଆଶ୍ଚର୍ଯ୍ୟ ହୋଇ ପଡିଥିବା ବେଳେ କେମିତି ବିଲ ପୈଠ କରିବେ ଭାବି ପାରୁନାହାନ୍ତି। ଏ ସମ୍ପର୍କରେ ଭଟାଙ୍ଗପଦର ସମିତି ସଭ୍ୟ ରୁପେନ୍ଦ୍ର ଛତ୍ରିଆ, ଗଣେଶ ବାଗ, ଧର୍ମେନ୍ଦ୍ର ନାଗ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତ ମାଝୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇପାରୁ ନାହିଁ।

Comments are closed.