www.samajalive.in
Monday, December 15, 2025
26.1 C
Bhubaneswar

ନବଜାତ ଶିଶୁକନ୍ୟା ବିକ୍ରି ଅଭିଯୋଗ: ଶିଶୁ ସୁରକ୍ଷା ବିଭାଗର ତନାଘନା ଜାରି

ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ଥାନା ଖରିଦା ବିନାୟକପୁର ଗାଁରେ ନବଜାତ ଶିଶୁକନ୍ୟାକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ସଞ୍ଜୟ ମଳିକ ଓ ବନିତା ଦାସଙ୍କ ଶିଶୁକନ୍ୟା ବିକ୍ରି ହୋଇଥିବା ଅଭିଯୋଗ ପାଇ ଜିଲା ଶିଶୁ ସୁରକ୍ଷା ବିଭାଗ ତନାଘନା ଆରମ୍ଭ କରିଛି। ସୂଚନା ଅନୁଯାୟୀ, ବିନାୟକପୁର ବଡମଳିକସାହିର ସଞ୍ଜିୟଙ୍କ ସ୍ତ୍ରୀ ବନିତା ଗତ ୨୯ ତାରିଖରେ ବାସୁଦେବପୁର ଡାକ୍ତରଖାନାରେ ଦ୍ବିତୀୟ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ବନିତା ଡାକ୍ତରଖାନାରୁ ଝିଅକୁ ଧରି ଘରକୁ ଫେରିବା ପରେ ଶୁକ୍ରବାର ସକାଳେ ସଞ୍ଜୟ ଓ ବନିତା ଟିକି ଝିଅକୁ ଧରି ଅଟୋରେ କେଉଁଆଡେ ଯାଇଥିଲେ। ସନ୍ଧ୍ୟାରେ ଫେରିଥିଲେ ବି ସାଙ୍ଗରେ ଶିଶୁକନ୍ୟା ନଥିଲା। ସେହି ରାତିରେ ବନିତା ପୁଣି ବଡ଼ଝିଅକୁ ନେଇ ତାଙ୍କ ବାପ ଘର ଚାନ୍ଦବାଲି ଅଞ୍ଚଳକୁ ଚାଲିଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଜିଲା ଶିଶୁ ସୁରକ୍ଷା ବିଭାଗ(ଚାଇଲଡ ହେଲ୍ପ ଲାଇନ) କାଉନ​‌େ​‌ସଲର ଲକ୍ଷ୍ମଣ କୁମାର ଜେନା, କର୍ମୀ ଦମୟନ୍ତୀ ଦାସ, ପର୍ଯ୍ୟବେକ୍ଷକ ଦିଗ୍‌ବିଜୟ ମହାନ୍ତି, କର୍ମୀ ଚନ୍ଦ୍ରକାନ୍ତ ଗୋଛାୟତ ପ୍ରମୁଖ ସଞ୍ଜୟଙ୍କ ଘରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଘର ପିଣ୍ଡାରେ ବସିଥିବା ସଞ୍ଜୟଙ୍କ ବାପା, ମା’ଙ୍କୁ ପୁଅବୋହୂ ଓ ନାତୁଣୀ ବିଷୟରେ ପଚାରି ବୁଝିଥିଲେ। ବୋହୂ ବାପ ଘରକୁ ଯାଇଛି। ପୁଅ ଘରକୁ ଆସିନି। ଝିଅକୁ ଆମର ଜଣେ ସମ୍ପର୍କୀୟଙ୍କୁ ପାଳିବାକୁ ଦିଆଯାଇଛି ବୋଲି ବୃଦ୍ଧ ଦମ୍ପତି ଗଣମାଧ୍ୟମ ସହ ଶିଶୁ ସୁରକ୍ଷା କର୍ମୀଙ୍କୁ କହିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories