www.samajalive.in
Saturday, December 6, 2025
14.1 C
Bhubaneswar

ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଛାଡପତ୍ର !

କଟକ: ସେଲିବ୍ରିଟି ଯୋଡି ଅନୁଭବ ଏବଂ ବର୍ଷାଙ୍କ ମଧ୍ୟରେ ଛାଡପତ୍ର । ଗତ କିଛି ଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାରେ ବଡ ଘଟଣା ସାମ୍ନାକୁ ଆସିଛି। ଅନୁଭବ ବୁଧବାର ରାତିରେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ନିଜର ବିବାହ ବିଚ୍ଛେଦ ସମ୍ପର୍କ​‌ରେ ସୂଚନା ଦେଇଛନ୍ତି। ଅନୁଭବ ଲେଖିଛନ୍ତି ତାଙ୍କ ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କର ଛାଡପତ୍ର ହୋଇଛି। ଏ ନେଇ କୋର୍ଟ ନିର୍ଦ୍ଦେଶର ଏକ ଫଟୋ କପିକୁ ବି ସେ ଏଥିରେ ଆଟାଚ୍ କରିଛନ୍ତି। ଗତ ୧୦ ବର୍ଷ ଧରି ମିଛ ବିବାହ ବନ୍ଧନ, ହୃଦୟହୀନ ସମ୍ପର୍କ ଏବଂ କଷ୍ଟଦାୟକ ବର୍ଷ ହୋଇଥିଲା। ଏବେ ଖୁସି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଅନୁଭବ ଲେଖିଛନ୍ତି। ତେବେ ଫେବୃଆରୀ ୮ ତାରିଖରେ ଉଭୟଙ୍କ ବିବାହକୁ ୧୦ ବର୍ଷ ପୂର୍ତ୍ତି ହେଉଥିଲା। କିନ୍ତୁ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ବିବାହ ବିଚ୍ଛେଦ ସମ୍ପର୍କରେ ଅନୁୂଭବ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories