କେମିତି କଟିବ ଆଜିର ଦିନ: ଗୁରୁବାର ରାଶିଫଳ

ମେଷ: ଅଭୀଷ୍ଟ ସିଦ୍ଧି ସୂଚନା ମିଳୁଛି। ବନ୍ଧୁ, ପୁତ୍ର, ପତ୍ନୀ ଆପଣଙ୍କ ମହାନତାର ସହଭାଗୀ ହେବେ। ନିଜ ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତିପୂର୍ଣ୍ଣ ହେବେ। ଦାମ୍ପତ୍ୟ ସୁଖ ମିଳିବ। ପ୍ରବଳ ଉଦ୍ୟୋଗୀ ହେବେ। ସୁଖୀ ହେବେ।
ବୃଷ: ପୁଣ୍ୟ ପ୍ରତି ଘୃଣ୍ୟ ଭାବ ଉଦ୍ରେକ ହେଉଥିଲେ ମଧ୍ୟ ପାପ ପ୍ରତି ଅନୁରୂପ ଆଚରଣ ପ୍ରଦର୍ଶନ କରିପାରନ୍ତି। ଅନ୍ୟକୁ ଅପବାଦ ଦେଇ ନିଜର ମହତ ପଣିଆକୁ କ୍ଷୁଣ୍ଣ କରିପାରନ୍ତି। ସ୍ବାଭିମାନୀ ହେବେ।
ମିଥୁନ:ପ୍ରଭୂତ ସୁଖର ଅଧିକାରୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଫଳପ୍ରଦ ହେବ। ସପତ୍ନୀକ ସୁସ୍ଥ ଓ ନିରାମୟ ରହିବେ। ସେବା କ୍ଷେତ୍ରରେ ପତ୍ନୀ ପ୍ରେରଣାଦାୟୀ ହେବେ।
କର୍କଟ:ଅସୁସ୍ଥତା ଅନୁଭବ କରିପାରନ୍ତି। ଅସଦ୍‌ ବ୍ୟୟର ସୂଚନା ମିଳୁଛି। ପାପ ଓ କୁଟୀଳ ମନୋଭାବରୁ ଅନୁତାପରୂପକ ଚାବୁକରେ ନିଜକୁ ନିଜେ ପ୍ରହାର କରିପାରନ୍ତି। ଜ୍ଞାନ ଉଦୟ ହୋଇପାରେ। ସୁଖୀ ରହିବେ।
ସିଂହ: ବୁଦ୍ଧିମାନ୍‌ ହେବେ। କୋଟି ନିଧି ପ୍ରାପ୍ତିର ସୂଚନା ମିଳୁଛି। ବହୁ ସୁଖର ଅଧିକାରୀ ହେବେ। କନ୍ୟା ରତ୍ନର କାର୍ଯ୍ୟ କଳାପ ପାଇଁ ଗର୍ବିତ ହେବେ। ପତ୍ନୀ ଶାରୀରିକ ସ୍ତରରେ ଦୁର୍ବଳ ହେଲେ ମଧ୍ୟ ଦୃଢ଼ମନା ହେବେ।
କନ୍ୟା: ସମସ୍ତ ମିତ୍ର, ଆତ୍ମଜ ସମେତ ନିଜେ ମହାସୁଖର ଅଧିକାରୀ ହୋଇପାରନ୍ତି। କୁଳ ପ୍ରଧାନ ହେବେ। ସଦାସର୍ବଦା ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। କୃଷି କ୍ଷେତରୁ ଭଲ ଆୟ ହେବ।
ତୁଳା: ଜଣେ ସହିଷ୍ଣୁ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ଦୁଃଖ, କଷ୍ଟ ସହିବା ଶକ୍ତି ଓ ଧୈର୍ଯ୍ୟ ଆପଣଙ୍କଠାରେ ଅଛି। ନିର୍ଭରଶୀଳ ନ ହୋଇ ଜଣେ ଚିନ୍ତାଶୀଳ ଓ ଭ୍ରାତୃସ୍ନେହୀର ପରିଚୟ ପ୍ରଦାନ କରିପାରନ୍ତି।
ବିଛା:ସ୍ବଅର୍ଜିତ ଧନ ଭୋଗ କରିବେ। ରାଜତୁଲ୍ୟ ଶ୍ରେଷ୍ଠ ପଦପଦବୀଯୁକ୍ତ ହେବେ କିମ୍ବା ଜଣେ ବରିଷ୍ଠ ପରାମର୍ଶଦାତା ହୋଇପାରନ୍ତି। ସନ୍ତାନ ସ୍ନେହୀ ହୋଇପାରନ୍ତି। ତେଜସ୍ବୀ, କୀର୍ତ୍ତିମାନ୍‌ ହେବାର ସୂଚନା ମିଳୁଛି।
ଧନୁ:ନାନା ବିଭବରେ ମଣ୍ଡିତ ହେବେ। ଶ୍ରୀ ମୁଖମଣ୍ଡଳ ସୌନ୍ଦର୍ଯ୍ୟ ଓ ଶୋଭାପୂର୍ଣ୍ଣ। ପରଧର୍ମକୁ ବର୍ଜନ କରି ସ୍ବଧର୍ମରେ ତଥା ମହାଜନମାନଙ୍କ ଦ୍ବାରା ପରିଚାଳିତ ନିତ୍ୟ ନିୟମରେ ପରିଚାଳିତ ହେବେ। ଶ୍ରେଷ୍ଠ ହେବେ।
ମକର: ଖଳ ଲୋକଙ୍କ ଦ୍ବାରା ପରିଚାଳିତ ହେଲେ ଅତ୍ୟଧିକ ବ୍ୟୟର ସମ୍ମୁଖୀନ ହେବେ। ଧର୍ମ କାର୍ଯ୍ୟକୁ ପଛରେ ପକାଇ ସ୍ବକର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସେବା ଓ ପରୋପକାରରେ ନିଜକୁ ସାମିଲ କରିପାରନ୍ତି।
କୁମ୍ଭ: ଆପଣଙ୍କ ଜ୍ଞାନ ଭଣ୍ଡାରକୁ ମହତ କାର୍ଯ୍ୟରେ ବିନିଯୋଗ କରି ସୁଫଳ ପ୍ରାପ୍ତିର ସୂଚନା ମିଳୁଛି। ସଦାସର୍ବଦା ସତ୍ୟାନୁରାଗୀ ହୋଇପାରନ୍ତି। ଲୋଭନୀୟ ଚକ୍ଷୁ ଯୁଗଳ ପାଇଁ ପତ୍ନୀଙ୍କ ଅତି ପ୍ରିୟ ହୋଇପାରନ୍ତି।
ମୀନ: କୃଷି କର୍ମ ଉପରେ ପ୍ରାଧାନ୍ୟ ଦେବେ। ରାଜସୁଖ ଭୋଗ କରିପାରନ୍ତି। ଶାସକ ହିସାବରେ ଜନସାଧାରଣଙ୍କର ପରମ ପୂଜ୍ୟ ହୋଇପାରନ୍ତି। ଅନ୍ତର୍ନିହିତ ଗୁଣାବଳୀକୁ ବିକଶିତ କରି ପ୍ରତିଭା ଲାଭ କରିବେ।

Comments are closed.