www.samajalive.in
Saturday, December 13, 2025
27.1 C
Bhubaneswar

ନବେଢା ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ପାଳିତ

ଗୁରୁଡିଝାଟିଆ :  ନବେଢା ବରିଷ୍ଠ ନାଗରିକ ମଞ୍ଚ ଆଠଗଡ ଗୁରୁଡିଝାଟିଆର ୫ମ ବାର୍ଷିକ ଉତ୍ସବ ତଥା ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଗୋବରାସ୍ଥିତ ବିଳାସୀନି ଦେବୀ ସ୍ମାରକୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଛି । ହିନ୍ଦ ସେବକ ସଂଘର ରାଷ୍ଟ୍ରିୟ ସଭାପତି ତଥା ସମାଜସେବୀ ଦାମୋଦର ସାହୁ ମୁଖ୍ୟଅତିଥି ଓ ଉଦଘାଟକ ଭାବରେ ଯୋଗଦେଇ ବରିଷ୍ଠ ନାଗରିକ ଦେଶ ଦଶ ଓ ସମାଜ ପାଇଁ ଅମୂଲ୍ୟ ସଂପଦ ବୋଲି କହିଥିଲେ। ସେମାନଙ୍କ ସମ୍ମିଳିତ ଜ୍ଞାନ ଦେଶକୁ ପ୍ରଗତିପଥରେ ଆଗେଇନେବ । ଯୁବକମାନେ ବରିଷ୍ଠମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ସହିତ ମିଶି କାର୍ଯ୍ୟ କରିବା ଆବଶ୍ୟକତା ରହିଛି । ବରିଷ୍ଠ ନାଗରିକମାନେ ନିଜକୁ ଅଲୋଡା ନଭାବି ଅବସର ସମୟକୁ ଦେଶ ଗଠନରେ ବିନିଯୋଗ କଲେ ମନରେ ସରସତା ଦେଖାଦେବ ବୋଲି କହିବା ସହ ନବେଢା ବରିଷ୍ଠ ନାଗରିକ ସଂଘ ଆଠଗଡ ଗୁରୁଡିଝାଟିଆର ଏଭଳି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଶ୍ରୀ ସାହୁ ସାଧୁବାଦ ଜଣାଇଥିଲେ। ବିଜୁପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ଭୁବନେଶ୍ୱରର ଉପନିର୍ଦ୍ଦେଶକ ଅନୀଲ କୁମାର ବଳ ସଂଘର ବରିଷ୍ଠ ଉପଦେଷ୍ଟା ଶିକ୍ଷାବିତ୍ ରାଜକିଶୋର ଖଟୁଆ, ଅବସରପ୍ରାପ୍ତ ପ୍ରଶାସକ ଦୁର୍ଯ୍ୟୋଧନ ରାଉତ, ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ଭୂବନାନନ୍ଦ ଦାସ, ସାହିତ୍ୟିକ ଭାବଗତ ରାଉତ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ନିଜର ମତବିନିମୟ କରିବା ସହ ମଞ୍ଚର ମୁଖପତ୍ର “ଅସ୍ତରାଗ” କୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଅନିରୁଦ୍ଧ ନନ୍ଦ, ରବିନ ମହାରଣା, ଗୁରୁଚରଣ ପ୍ରଧାନ, ଊଦୟନାଥ ମହାନ୍ତି, ଜଗନ୍ନାଥ ଧଳ, ନରେନ୍ଦ୍ର ସେଠୀ, କୁମରବର ଷଣ୍ଢ, ରମ୍ଭାବତୀ ସାହୁ, ଗଣେଶ୍ୱର ବରାଳ, ପ୍ରେମାନନ୍ଦ ବେଉରା, ସୁଦର୍ଶନ ବିଶ୍ୱାଳ, ମାଗୁଣୀ ଚରଣ ରାଉତ,ଅଧ୍ୟାପକ ବିଷ୍ଣୁଚରଣ ସାହୁ, ଧରଣୀଧର ସାହୁ, ବିଚିତ୍ରାନନ୍ଦ ତ୍ରିପାଠୀ, ରମାକାନ୍ତ ନାୟକଙ୍କ ସହିତ ସଦାନନ୍ଦ ପଟ୍ଟନାୟକ ଓ ପ୍ରଭାକର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । ମଞ୍ଚର ସଭାପତି ଅଧିକାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ଶରତ କୁମାର ଖୁଣ୍ଟିଆ ବାର୍ଷିକ ବିବରଣୀ ପାଠ କରିଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories