ଗୁରୁଡିଝାଟିଆ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ବର୍ଷ ପୂତ୍ତି ଓ ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଠଗଡକୁ ଆସିଥିବା ଅହିଂସା ରଥକୁ ଆରତୀ କାରଖାନା ପକ୍ଷରୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି। କାରଖାନାର ବରିଷ୍ଠ ଅଧିକାରୀ ଏନ ଶ୍ରୀନିବାସ, ଡିଜିଏମ ସରୋଜ କୁମାର ଜେନା, କାରଖାନାର ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ଶରତ କୁମାର ନିଶାଙ୍କଙ୍କ ନେତୃତ୍ୱରେ କର୍ମଚାରୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଅହିଂସା ରଥକୁ ଭକ୍ତିପୂତ ପ୍ରଣାମ ଜଣାଇବା ସହ ପୁଷ୍ପବୃଷ୍ଟି କରିଥିଲେ।
Popular Categories


