www.samajalive.in
Sunday, December 7, 2025
16.1 C
Bhubaneswar

ବାରିପଦାରେ ‘ସମାଜ’ର ଜିଲାସ୍ତରୀୟ ସଦ୍‍ଭାବନା ଯାତ୍ରାର ସହର ପରିକ୍ରମା

ବାରିପଦା: ‘ସମାଜ’ର ଶତବାର୍ଷିକ ସମାରୋହ ପ୍ରାରମ୍ଭରେ, ୯୯ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦାଠାରେ ଜିଲାସ୍ତରୀୟ ସଦ୍‍ଭାବନା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସକାଳ ୭.୩୦ଟା ସମୟରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରଦୀପ କୁମାର ଚାନ୍ଦ ମୁଖ୍ୟ ଅତିଥି ଏବଂ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅବଦାନ ସହିତ ‘ସମାଜ’ ଉତ୍କର୍ଷର ୯୯ ବର୍ଷ ଏବଂ ‘ଆଦର୍ଶ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ବିକାଶ’ ନିମନ୍ତେ ‘ସମାଜ’ର ଏହି ଅଭିନବ ପ୍ରୟାସ ସଂପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ଜିଲା ପ୍ରତିନିଧି ଡ. ବିଜୟ କୁମାର ଅଗରୱାଲା ଜିଲାସ୍ତରୀୟ ସଦ୍‍ଭାବନା ଯାତ୍ରାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ପଣ୍ଡିତ ଭାଗବତ ପଣ୍ଡା ବେଦମନ୍ତ୍ର ଉଚ୍ଚାରଣ କରିଥିଲେ। ଏହାପରେ ବର୍ଣ୍ଣାଢ୍ୟ ସଦ୍‍ଭାବନା ଯାତ୍ରା ବାରିପଦାର ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲଠାରୁ ବାହାରି ମୁଖ୍ୟ ମାର୍କେଟ ଛକ ଓ କୃଷ୍ଣଚନ୍ଦ୍ର ଗୋଲେଇ ଦେଇ ଶ୍ରୀଜଗନ୍ନାଥ ମନ୍ଦିରଠାରେ ପହଞ୍ଚିଥିଲା। ଏଥିରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକମାନଙ୍କ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଏନସିସି ଆଦି ସହ ବ୍ୟାଣ୍ଡପାର୍ଟି ସାମିଲ ଥିଲେ। ଏହି ସଦ୍‍ଭାବନା ଯାତ୍ରାକୁ ସହରର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories