www.samajalive.in
Tuesday, December 9, 2025
19.1 C
Bhubaneswar

୨୫ରେ ରାଜନାଥ ସିଂଙ୍କ ବରୀ ଗସ୍ତ

ବରୀ (ରତ୍ନଗିରି) : ବିଜେପିର ଏକ ନିର୍ବାଚନୀ ସଭାରେ ଯୋଗଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ୨୫ରେ ବରୀ ଆସୁଛନ୍ତି। ବରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ଓ ଯାଜପୁର ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ଅମିୟକାନ୍ତ ମଲିକଙ୍କ ପାଇଁ ପ୍ରଚାର କରିବାକୁ ମନ୍ତ୍ରୀ ଶ୍ରୀ ସିଂ ହେଲିକପ୍ଟର ଯୋଗେ ବରୀ ବ୍ଲକ ଅନ୍ତର୍ଗତ ମାଳଦାଠାରେ ଗୁରୁବାର ପୂର୍ବାହ୍ଣରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବରୀ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି। ଏହି ଗସ୍ତକୁ ସଫଳ କରିବାକୁ ସ୍ଥାନୀୟ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକ ଜୋନସ୍ତରୀୟ ପ୍ରସ୍ତୁତି ବୈଠକ ଡାକି କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି। ସୂଚନା ଯୋଗ୍ୟ ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରୀ ବ୍ଲକ ଅନ୍ତର୍ଗତ ସନ୍ଥନ ମଠଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବା ସହ ବସ୍ ଯୋଗେ ଏକ ରୋଡ୍ ଶୋ’ରେ ଯୋଗଦେଇଥିଲେ। ନବୀନଙ୍କ ଗସ୍ତ ପରେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଗସ୍ତ ସାଧାରଣରେ ପ୍ରଭାବ ପକାଇବ ବୋଲି ବିଜେପି କର୍ମୀମାନେ ଆଶା ପ୍ରକଟ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories