www.samajalive.in
Monday, December 8, 2025
27.1 C
Bhubaneswar

କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା: ଆଜି ୧୨ଘଣ୍ଟିଆ ବରଗଡ ବନ୍ଦ

ବୁର୍ଲା: ବରଗଡ଼ କୁର୍ଲା ଜଙ୍ଗଲରୁ ଆହତ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା । ପ୍ରତିବାଦରେ ଆଜି ବରଗଡ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସହରରେ ଥିବା ସମସ୍ତ ଦୋକାନ ବଜାର, ସ୍କୁଲ , କଲେଜ ଆଦି ବନ୍ଦ ରହିବ। ସଚେତନ ନାଗରିକ ମଞ୍ଚ ସହ ବିରୋଧୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସେପଟେ ବରଗଡ଼ କୁର୍ଲା ଜଙ୍ଗଲରୁ ଆହତ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା ସୋମବାର ଏକ ନୂଆ ମୋଡ଼ ନେଇଛି। ଘଟଣାକୁ ନେଇ ରାଜନୈତିକ କ୍ଷେତ୍ରରେ ବିରୋଧୀ ଦଳ ସରକାରୀ ଦଳ ଉପରେ ଦୋଷ ଲଦୁଥିବାବେଳେ  ଆସିଛି ଯୁବତୀଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ। ଯୁବତୀଙ୍କୁ ଦୁଷ୍କର୍ମ ହୋଇ ନ ଥିବା ସ୍ପଷ୍ଟ କରିଛନ୍ତି ବୁର୍ଲା ଭିମସାର ମେଡିକାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ। ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଥିବାବେଳେ ଖୁବଶୀଘ୍ର ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ଡା. ନାୟକ ସୂଚନା ଦେଇଛନ୍ତି। ସେପଟେ ଏହି ଘଟଣା ପୁଣି ଆଗକୁ ବିବାଦୀୟ ହେବା ଆଶଙ୍କା ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories