ବ୍ୟାରେଜ ସର୍ଭେ ବେଳେ ବୁଡିଲା ଭେଳା, ୨ କର୍ମଚାରୀ ନିଖୋଜ
ଅନୁଗୁଳ: ଅନୁଗୁଳ ଜିଲା ସମଲ ବ୍ୟାରେଜର ତଳ ପଟେ ଏକ ସର୍ଭେ କରୁଥିବା ବେଳେ ଆରବିଟଲ ନାମକ କମ୍ପାନୀର ୨ଜଣ କର୍ମଚାରୀ ବୁଡିଯାଇଛନ୍ତି । କର୍ମଚାରୀମାନେ ଡ୍ରମରେ ଭେଳା କରି ସର୍ଭେ କରୁଥିବା ବେଳେ ଭେଳା ଛିଡି ଯାଇଥିଲା । ଫଳରେ ୫ ଜଣ କର୍ମଚାରୀ ବୁଡିଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କର କୋଣସି ଖବର ମିଳି ନାହିଁ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ଖୋଜା ଖୋଜି ଆରମ୍ଭ କରିଛି । ନିଖୋଜ ହୋଇଥିବା ସ୍ଥାନରେ ୩୦ ଫୁଟ ରୁ ଅଧିକ ପାଣି ରହିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଇଞ୍ଜିନିୟର ଓ ଅନ୍ୟ ଜଣେ ସେହି କମ୍ପାନୀର ଜଣେ କର୍ମଚାରୀ ବୋଲି ଜଣାପଡିଛି ।