www.samajalive.in
Wednesday, December 10, 2025
18.1 C
Bhubaneswar

ଗାଡ଼ି ଧକ୍କାରେ ଅଜଣା ମୃତ ଯୁବକ ଉଦ୍ଧାର

ବରପାଲି: ବରପାଲି ୨୬ନମ୍ବର ଜାତିୟ ରାଜପଥ ଉପରେ ଏକ ଅଜଣା ଯୁବକର ମୃତଶରିର ପୋଲିସ ଦ୍ୱାରା ଉଦ୍ଧାର ହୋଇଛି। ଶୁକ୍ରବାର ପୁର୍ବାହ୍ନରେ ଧାଙ୍ଗେରପାଲି ଛକ ନିକଟରେ ଯୁବକଟି ରକ୍ତାତ ଅବସ୍ଥାରେ ଗତ ରାତ୍ର ସମୟରୁ ପଡ଼ିଥିଲା। ସ୍ଥାନୀୟ ଯୁବକ ମାନଙ୍କ ଦ୍ୱାରା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସହାୟତାରେ ଡ଼ାକ୍ତରଖାନାକୁ ଆଣିଥିଲା। ଡ଼ାକ୍ତର ଯୁବକର ସ୍ୱାସ୍ଥ୍ୟ ପରିକ୍ଷା କରିବା ସହିତ ମୃତ ଘୋଷଣା କରିଥିଲେ।

ସ୍ତାନିୟ ଲୋକଙ୍କ କହିବାନୁଯାୟୀ ଗତ କିଛିଦିନ ହେଲା ଯୁବକଟି ଅଚଂଳରେ ବୁଲାବୁଲି କରୁଥିବା ବେଳେ ମାନସିକ ଅନଗ୍ରସର ପରି ଜଣାପଡ଼ୁଥିଲା। ଯୁବକର ଅଣ୍ଟା ଓ ଡ଼ାହାଣ ହାତରେ ଗୁରୁତର ଆଘାତ ଲାଗିଥିଲା। ଗତ ବିଳମ୍ବିତ ରାତ୍ର ସମୟରେ କୌଣଷି ଅଜଣା ଗାଡ଼ି ପଛପଟରୁ ଧକ୍କାଦେଇ ଫେରାର ମାରିଥିବା ପୋଲିସ ଅନୁମାନ ଲଗାଇଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ନିଜ ହେପାଜତରେ ବରଗଡ଼ ଡ଼ାକ୍ତରଖାନାକୁ ଶବବ୍ୟବଚ୍ଛେଦ ନିମନ୍ତେ ପଠାଇ ଯୁବକର ପରିଚୟ ପାଇଁ ଅନୁସନ୍ଧାନ ଜାରି ରଖିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories