www.samajalive.in
Sunday, December 14, 2025
23.1 C
Bhubaneswar

୭୪% ବଢ଼ିଛି ବ୍ୟାଙ୍କ ଠକେଇ, ବର୍ଷକରେ ବୁଡ଼ିଯାଇଛି ୭୧ ହଜାର କୋଟି: ଆରବିଆଇ

ମୁମ୍ବଇ: ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ବୃଦ୍ଧି ପାଇଛି। ୨୦୧୭-୧୮ ତୁଳନାରେ ଏହି ପରିମାଣ ୭୪% ଅଧିକ। ୨୦୧୭-୧୮ରେ ୪୦ ହଜାର ୧୬୭ କୋଟି ଟଙ୍କାର ଠକେଇ ହୋଇଥିଲାବେଳେ ୨୦୧୮-୧୯ରେ ଏହା ବୃଦ୍ଧି ପାଇ ୭୧ ହଜାର ୫୪୩ କୋଟିରେ ପହଞ୍ଚିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି।

ଆରବିଆଇ ରିପୋର୍ଟ ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକର ୭୧ ହଜାର ୫୪୩ କୋଟି ଟଙ୍କା ଠକେଇରେ ବୁଡ଼ିଯାଇଛି। ଏହି ଅର୍ଥର ପରିମାଣ ଭୋଡ଼ାଫୋନ, ଆଇଡିଆର ୨ୟ ତ୍ରୈମାସରେ ହୋଇଥିବା ୫୦ ହଜାର କୋଟି ଟଙ୍କାର କ୍ଷତିଠାରୁ ବି ବହୁତ। ରିପୋର୍ଟ ଅନୁସାରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଠକେଇ ନେଇ ଯେଉଁ ମାମଲା ଦାୟର ହୋଇଛି ସେଥିରେ ବି ବୃଦ୍ଧି ଘଟିଛି। ୨୦୧୭-୧୮ରେ ୫୯୧୬ ମାମଲା ରୁଜୁ ହୋଇଥିବାବେଳେ ୨୦୧୮-୧୯ରେ ୬୮୦୧ ମାମଲା ରୁଜୁ ହୋଇଛି।

- Advertisement -

ଅନ୍ୟପଟେ ବିଗତ ୭ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ୨୦୧୮-୧୯ରେ ବ୍ୟାଙ୍କଗୁଡ଼ିକର ମୋଟ ଏନପିଏ ପରିମାଣ ତଳକୁ ଖସିଥିବା ଆରବିଆଇ କହିଛି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କଗୁଡ଼ିକର ମୋଟ ଏନପିଏ ହ୍ରାସ ପାଇ ୯.୧%ରେ ପହଞ୍ଚିଛି, ଯେତେବେଳେ କି ୨୦୧୮ ସେପ୍ଟେମ୍ବରରେ ଏହି ପରିମାଣ ୧୧.୨% ରହିଥିଲା। ସେହିପରି ବାସ୍ତବ ଏନପିଏ ମଧ୍ୟ କମିଛି। ୨୦୧୮ ସେପ୍ଟେମ୍ବରରେ ବାସ୍ତବ ଏନପିଏ ୬% ଥିବାବେଳେ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଏହା ଖସିଆସି ୩.୭%ରେ ରହିଛି।

ଋଣ ଛାଡ଼ ଯୋଗୁ କୃଷି କ୍ଷେତ୍ରର ଏନପିଏ ବଢ଼ିଛି

ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ୨୦୧୯ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ଋଣ ଛାଡ଼ ଯୋଗୁ ଏନପିଏ ବୃଦ୍ଧି ପାଇଛି। ୨୦୨୦ର ପ୍ରଥମ ୬ମାସ ପର୍ଯ୍ୟନ୍ତ ବି ଏହି ସ୍ଥିତି ଜାରି ରହିବ। ଯେଉଁ ରାଜ୍ୟରେ ୨୦୧୮ ଏବଂ ୨୦୧୯ରେ କୃଷି ଋଣ ଛାଡ଼ କରାଯାଇଛି ସେହି ରାଜ୍ୟଗୁଡ଼ିକରେ ଏହାର ପ୍ରଭାବ ଅଧିକ ରହିବ। ଅନ୍ୟପଟେ ଉଦ୍ୟୋଗ ଜଗତରେ ମୋଟ ଏନପିଏ ପରିମାଣ ସବୁଠାରୁ ଅଧିକ ରହିଛି। ଏହି କ୍ଷେତ୍ରରେ ଏନପିଏ ପରିମାଣ ୧୭.୪% ରହିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories