www.samajalive.in
Saturday, December 6, 2025
26.1 C
Bhubaneswar

୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‍ପାଇଁ ୪୮ ହଜାର ୨୩୯ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ଓ ଆର୍ଥିକ ବିକାଶ ପାଇଁ କେନ୍ଦ୍ର ସରକାର ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‍ ପାଇଁ ୪୮ ହଜାର ୨୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆର୍ଥିକ ସେବା ସଚିବ ରାଜୀବ୍‍ କୁମାର କହିଛନ୍ତି, ସେହି ବ୍ୟାଙ୍କ୍‍ଗୁଡ଼ିକୁ ପୁଞ୍ଜିଯୋଗାଣ ସହ ସେଗୁଡ଼ିକର କାର୍ଯ୍ୟ ସମ୍ପାଦନାରେ ଉନ୍ନତି ଘଟିବ। ସେ କହିଛନ୍ତି, ସରକାର କର୍ପୋରେସନ୍‍ ବ୍ୟାଙ୍କ୍‍କୁ ୯ ହଜାର କୋଟି ଟଙ୍କା ଓ ଆହ୍ଲାବାଦ ବ୍ୟାଙ୍କ୍‍କୁ ୬ ହଜାର ୮୯୬ କୋଟି ଟଙ୍କା ପ୍ରଦାନ କରୁଛନ୍ତି। ରିଜର୍ଭ ବ୍ୟାଙ୍କ୍‍ର ଦ୍ରୁତ ସଂଶୋଧନ ମୂଳକ ପଦକ୍ଷେପ ଅଧୀନରେ ଏହି ବ୍ୟାଙ୍କ୍‍ଗୁଡ଼ିକ ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ୍‍ ଶ୍ରେଣୀରେ ଆସୁଛନ୍ତି। ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ ୬୩୮ କୋଟି ଟଙ୍କା ଓ ବ୍ୟାଙ୍କ୍‍ ଅଫ୍‍ ମହାରାଷ୍ଟ୍ରକୁ ୨୦୫ କୋଟି ଟଙ୍କା ଦିଆଯିବ। ଏହି ଦୁଇ ବ୍ୟାଙ୍କ୍‍ କିଛିଦିନ ପୂର୍ବେ ନିୟନ୍ତ୍ରଣ ତଦାରଖ ଢାଞ୍ଚାର ପରିସର ବାହାରକୁ ଆସିଥିଲେ। ରାଜୀବ୍‍ କୁମାର କହିଛନ୍ତି, ପଞ୍ଜାବ ନ୍ୟାସନାଲ୍‍ ବ୍ୟାଙ୍କ୍‍ ୫ ହଜାର ୯୦୦ କୋଟି ଟଙ୍କା ପାଉଥିଲାବେଳେ ୟୁନିୟନ୍‍ ବ୍ୟାଙ୍କ୍‍ ୪ ହଜାର ୧୧୨ କୋଟି ଟଙ୍କା, ଆନ୍ଧ୍ରା ବ୍ୟାଙ୍କ୍‍କୁ ୩ ହଜାର ୨୫୬ କୋଟି ଟଙ୍କା ଓ ସିଣ୍ଡିକେଟ୍‍ ବ୍ୟାଙ୍କ୍‍କୁ ୧୬୦୦ କୋଟି ଟଙ୍କା ଦିଆଯିବ। ସରକାର ସେଣ୍ଟ୍ରାଲ୍‍ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ, ୟୁନାଇଟେଡ୍‍ ବ୍ୟାଙ୍କ୍‍, ୟୁକୋ ବ୍ୟାଙ୍କ୍‍ ଓ ଇଣ୍ଡିଆନ୍‍ ଓଭର୍‍ସିଜ୍‍ ବ୍ୟାଙ୍କ୍‍କୁ ୧୨ ହଜାର ୫୩୫ କୋଟି ଟଙ୍କା ଦେବେ।

Hot this week

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

Related Articles

Popular Categories