www.samajalive.in
Saturday, December 6, 2025
19.1 C
Bhubaneswar

୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପାଇଁ ୪୮ ହଜାର ୨୩୯ କୋଟି ଟଙ୍କା ପୁଞ୍ଜି ସହାୟତା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପାଇଁ ୪୮ ହଜାର ୨୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ବ୍ୟାଙ୍କ୍‍ଗୁଡ଼ିକର ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ଓ ସେମାନଙ୍କର ଆର୍ଥିକ ବିକାଶ ପାଇଁ ଏହି ଅର୍ଥ ଦିଆଯିବ। ଏକ ଟ୍ୱିଟ୍‍ କରି ଆର୍ଥିକ ସେବା ସଚିବ ରାଜୀବ୍‍ କୁମାର ଏହା କହିଛନ୍ତି।

ସରକାର କର୍ପୋରେସନ୍‍ ବ୍ୟାଙ୍କ୍‍କୁ ୯ ହଜାର କୋଟି ଟଙ୍କା ଓ ଆହ୍ଲାବାଦ ବ୍ୟାଙ୍କ୍‍କୁ ୬ ହଜାର ୮୯୬ କୋଟି ଟଙ୍କା ପ୍ରଦାନ କରିବେ ।  ରିଜର୍ଭ ବ୍ୟାଙ୍କ୍‍ର ଦ୍ରୁତ ସଂଶୋଧନ ମୂଳକ ପଦକ୍ଷେପ ଅଧୀନରେ ଏହି ବ୍ୟାଙ୍କ୍‍ ଗୁଡ଼ିକ ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ୍‍ ଶ୍ରେଣୀରେ ଆସୁଛନ୍ତି । ସେହିପରି  ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆକୁ ୬୩୮ କୋଟି ଟଙ୍କା ଓ ବ୍ୟାଙ୍କ୍‍ ଅଫ୍‍ ମହାରାଷ୍ଟ୍ରକୁ ୨୦୫ କୋଟି ଟଙ୍କା ଦିଆଯିବ । ଏହି ଦୁଇ ବ୍ୟାଙ୍କ୍‍ କିଛିଦିନ ପୂର୍ବେ ନିୟନ୍ତ୍ରଣ ତଦାରଖ ଢାଞ୍ଚାର ପରିସର ବାହାରକୁ ଆସିଥିଲେ। ରାଜୀବ୍‍ କୁମାର କହିଛନ୍ତି, ପଞ୍ଜାବ ନ୍ୟାସନାଲ୍‍ ବ୍ୟାଙ୍କ୍‍କୁ ୫ ହଜାର ୯୦୦ କୋଟି ଟଙ୍କା ଦିଆଯିବାକୁ ଥିବାବେଳେ ୟୁନିୟନ୍‍ ବ୍ୟାଙ୍କ୍‍କୁ ୪ ହଜାର ୧୧୨ କୋଟି ଟଙ୍କା, ଆନ୍ଧ୍ରା ବ୍ୟାଙ୍କ୍‍କୁ ୩ ହଜାର ୨୫୬ କୋଟି ଟଙ୍କା ଓ ସିଣ୍ଡିକେଟ୍‍ ବ୍ୟାଙ୍କ୍‍କୁ ୧୬୦୦ କୋଟି ଟଙ୍କା ଦିଆଯିବ। ସେହିପରି ସରକାର ସେଣ୍ଟ୍ରାଲ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ, ୟୁନାଇଟେଡ୍‍ ବ୍ୟାଙ୍କ୍‍, ୟୁକୋ ବ୍ୟାଙ୍କ୍‍ ଓ ଇଣ୍ଡିଆନ୍‍ ଓଭର୍‍ସିଜ୍‍ ବ୍ୟାଙ୍କ୍‍କୁ ୧୨ ହଜାର ୫୩୫ କୋଟି ଟଙ୍କା ଦିଆଯିବ ବୋଲି ଜଣାପଡିଛି।

- Advertisement -

ଏହି ବ୍ୟାଙ୍କ୍‍ଗୁଡ଼ିକୁ ପୁଞ୍ଜିଯୋଗାଣ ଦ୍ବାରା ସେମାନଙ୍କର କାର୍ଯ୍ୟ ସମ୍ପାଦନାରେ ଉନ୍ନତି ଘଟିବ ବୋଲି ସେ କହିଛନ୍ତି ।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories