କଳାପଥର(ବାଙ୍କୀ) : ବାଙ୍କୀ ଥାନା ବରପୁଟ ପଞ୍ଚାୟତ ଅଧିନସ୍ଥ ପାର୍ଥପୁର ଗ୍ରାମରେ ରବିବାର ସକାଳେ ସ୍ଥାନୀୟ ଏକ ପୋଖରିକୁ ଗାଧେଇବା ପାଇଁ ଯାଇଥିବା ଜଣେ ଜୈନେକା ବୃଦ୍ଧା ବୁଡିଯାଇ ପ୍ରଣ ହରାଇଥିବା ଜଣାପଡିଛି। ଜଣାଯାଇଛି ଯେ, ମହିଳା ଜଣକ ପାର୍ଥପୁର ପାଟଣା ଗ୍ରାମର ସ୍ୱର୍ଗତ ଶଙ୍କର ଦାସଙ୍କ ସ୍ତ୍ରୀ ବୁଲି ଦାସ (୮୨ବର୍ଷ)। ସକାଳ ୫.୩୦ ସମୟରେ ଗାଁ ପୁରୁଣା ପୋଖରିକୁ ଗାଧେଇବା ପାଇଁ ଯାଉଥିବା ସମୟରେ ଅସାବଧାନତା ହେତୁ ତାଙ୍କର ଗୋଡ ଖସି ଯିବାରୁ ସେ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବରପୁଟ ଦାକ୍ତରଖାନାକୁ ଚିକିତ୍ସାପାଇଁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
Popular Categories



