www.samajalive.in
Monday, December 15, 2025
16.1 C
Bhubaneswar

ଗାଁକୁ ଗାଁ ବୁଲୁଛି ଭ୍ରାମ୍ୟମାଣ ଚାରା ବଣ୍ଟନ ଗାଡି

ବାଙ୍କୀ: ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ବାଙ୍କୀ ବନାଞ୍ଚଳର ବିଭିନ୍ନ ଗ୍ରାମରେ ଭ୍ରାମ୍ୟମାଣ ଚାରା ବଣ୍ଟନ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶିଶୁଆ ସ୍ଥିତ ବାଙ୍କୀ ଫରେଷ୍ଟ କାର୍ଯ୍ୟାଳୟର ପ୍ରତ୍ୟେକ୍ଷ ତତ୍ୱାବଧାନରେ ରବିବାର ଦିନ ସକାଳେ ବିଲିପଡା ପଞ୍ଚାୟତରେ ସ୍ୱତନ୍ତ୍ର ଗାଡି ମାଧ୍ୟମରେ ଲୋକଙ୍କ ପାଖରେ ଶାଳ, ଶାଗୁଆନ, କରଞ୍ଜ, ଅର୍ଜୁନ, କାଞ୍ଚନ, ଆକାଶିଆ ପ୍ରମୁଖ ୮ପ୍ରକାରର ଗଛ ବଣ୍ଟନ କରାଯାଇଛି। ପ୍ରତି ଗଛ ପିଛା ୧ଟଙ୍କାରେ ହିତାଧିକାରୀ ମାନଙ୍କୁ ନିଜ ବାଡି ବଗିଚାରେ ଚାରା ରୋପଣ ପାଇଁ ଚାରା ବଣ୍ଟନ କରାଯାଇଛି। ହିତାଧିକାରୀ ମାନେ ନିଜର ଆଧାର କାର୍ଡ ଜେରକ୍ସ ଦେଇ ଜଣପିଛା ୧୦ଗୋଟି ଗଛ ଗ୍ରହଣ କରୁଥିବା ସମ୍ପର୍କରେ ଫରେଷ୍ଟର ପ୍ରିୟଦର୍ଶିନୀ ସେଠୀ କହିଛନ୍ତି। ରବିବାର ସକାଳେ ବିଲିପଡା ପଞ୍ଚାୟତର ମାମି ରାଉତ, ସୁଜିତ କୁମାର ରାଉତ, ସୌମ୍ୟ ରଞ୍ଜନ ସ୍ୱାଇଁ, ରଶ୍ମିତା ସ୍ୱାଇଁ, ଗୀତା ବେହେରା, ଧଡି ମନ୍ତ୍ରୀ, ଅନିଲ କୁମାର ରାଉତ, ସୁହାସିନୀ ସ୍ୱାଇଁ ପ୍ରମୁଖ ଭ୍ରାମ୍ୟମାଣ ଗାଡିରୁ ଚାରା ଗ୍ରହଣ କରି ନିଜ ବାଡିରେ ଚାରା ରୋପଣ କରି ତାହାର ସୁରକ୍ଷା ଓ ଯତ୍ନ ନେବେ ବୋଲି ପ୍ରତିଶୃତୀ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଗ୍ରାମାଞ୍ଚଳରେ ବ୍ୟାପକ ଚାରା ରୋପଣ କରିବା ପାଇଁ ଚଳିତ ବର୍ଷ ସବୁଜ ମହାନଦୀ ଯୋଜନାରେ ବାଙ୍କୀରେ ବ୍ୟାପକ ଚାରା ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ଉତ୍ତମ ଗଡନାୟକ ଆମ ପ୍ରତିନିଧିଙ୍କୁ ସୂଚନା ଦେଇ ଯୁବପିଢୀ ମାନେ ବୃକ୍ଷରୋପଣ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ଲଘୁଚାପ ବର୍ଷା ପରେ ପରେ ଚାରା ରୋପଣ କରିବା ପାଇଁ ଏକ ଉଚିତ ସମୟ ବୋଲି ଚାରା ଗ୍ରହଣ କରିବା ସମୟରେ ଅଞ୍ଚଳର ପ୍ରକୃତୀବନ୍ଧୁ ରମାକାନ୍ତ ଭଞ୍ଜ ଓ ଯୁବ ସମାଜସେବୀ ଟୁକୁନା ବେହେରା ହିତାଧିକାରୀ ମାନଙ୍କୁ ଉତ୍ସାହିତ କରିଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories