www.samajalive.in
Saturday, December 13, 2025
15.1 C
Bhubaneswar

ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଳ୍ୟରେ ରକ୍ତଦାନ ଶିବିର : ୩୧ ୟୁନିଟ ରକ୍ତ ସଂଗ୍ରହ

ଦେବଗଡ: ବିଜୁ ଜନତାଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପବିତ୍ର କ୍ରାନ୍ତି ଦିବସ ଅବସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଳ୍ୟରେ ସମଗ୍ର ରାଜ୍ୟରେ ରବିବାର ରକ୍ତଦାନ ଶିବିର ମାନ ଆରମ୍ଭ ହୋଇଛି। ଏହି ରକ୍ତଦାନ ଶିବିର ଆଗାମୀ ଅଗଷ୍ଟ୧୫ ତାରିଖ ପବିତ୍ର ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ,ଦେବଗଡ ଜିଲା ଶାଖା ଆନୁକୂଲ୍ୟରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁର ଜିଲା ସଂଯୋଜକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ମୂଖ୍ୟ ଅତିଥି ଭାବେ ବରିଷ୍ଠ ବିଜେଡି ନେତ୍ରୀ ଉମା ନାୟକ ଫିତାକାଟି ଉଦଘାଟନ କରିଥିବା ବେପ୍ଲେକ୍ଷ୍ମୀ ପ୍ରିୟା ନାୟକ, ମମତା ମେହେର, ରୁଦ୍ରମଣି ନାୟକ,କଲଣ୍ଡା ପଞ୍ଚାୟତର ସରପଞ୍ଚ ସକୁନ୍ତଳା ପ୍ରଧାନ,ଦେବଗଡ ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ,ରାଜ୍ୟ ବିଜେଡି ପରିଷଦସଦସ୍ୟ ଇଂ.ସୁଜିତ କୁମାର ପ୍ରଧାନ, ରିଆମାଳ ବ୍ଲକ ବିଜେଡି ସଭାପତି ବୈକୁଣ୍ଠ ପାଇକରାୟ, ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁ ,ତିଲେଇବଣି ବ୍ଲକ ସଭାପତି ବାବୁଲାଲ ପୃଷେଠ, ପୂର୍ବତନ ନଗର ସଭାପତି କାମାକ୍ଷା ଗଙ୍ଗଦେବ ଓ ଇସମାଇଲ ହେନେଜ ପ୍ରମୁଖ ଉପସ୍ଥିତ ରହି ଆୟୋଜକ ଓ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବିଜେଡି ଦଳର ୩୧ ଜଣ କର୍ମୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଜିଲା ରକ୍ତ ଭଣ୍ଡାର ଅଧିକାରୀ ବିପିନ ଚନ୍ଦ୍ର ପାଲଙ୍କ ନେତୃତ୍ୱରେ ଲ୍ୟାବରେଟୋରୀ ଟେକନିସିଆନ ଗୋପାଖ କୃଷ୍ନ ସାହୁ, ଆଲୋକ ମହାପାତ୍ର, କ୍ଷୀତିଶ ପ୍ରଧାନ ଓ ଲୋକ ସମ୍ପର୍କ ଅଧିକାରୀ ମଳୟ ବେହେରା ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ଆଗାମୀ ୧୫ ତାରିଖ ପବିତ୍ର ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ୭ ଦିନିଆ ଶିବିର ଆୟୋଜନରେ ସମିତି ସଦସ୍ୟ ଭୂବନେଶ୍ୱର ପ୍ରଧାନ,ପୂର୍ବତନ କାଉନଶିଲର ମାନସ ପ୍ରଧାନ ଓ ଅହିଂସା ନାୟକ,ଶରତ ମେହେର, ଲିଙ୍କନ ସାହୁ,ପପୁନ ଦେବ, ସୁବ୍ରତ କୁମାର ସାହୁ,ଗନି ଦେବ,ପପୁନ ସାହୁ, ଟିଙ୍କଲ ନାୟକ, ସାନ୍ତନୁ ଦାସବର୍ମା ,କୁଲୁ ଭାଇ ,ଶ୍ୟାମ ଦେଓ, ଲଳିତ କୁମାର ପାଖ,ଶୁଭଙ୍କର ଗିରି ଓ ଦୀନ ଦେବ ଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ସକ୍ରୀୟ ସହ ଯୋଗ କରୁଥିଭା ଜଣାପଡ଼ିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories